ଅବହେଳା ରେ ପାଳିଲେ ବ୍ଲକ ପ୍ରଶାସନ ସାଧାରଣତନ୍ତ୍ର ଦିବସ
ଝରୀଗାଁ, ୨୭/୦୧ ( ନକୁଳ ଭତ୍ରା ) : ମନୋଭାବ କୁ ନେଇଁ କ୍ଷୁବ୍ଧ ହେଲେ ଗଣମାଧ୍ୟମ ପ୍ରତିନିଧି, ସାରାଦେଶ ଚଳିତ 77 ତମ ସ୍ୱାଧୀନତା ଦିବସ କୁ ଖୁବ ଉତ୍ସାହର ସହିତ ପାଳନ କରୁଥିବା ବେଳେ ଝରୀଗାଁ ବ୍ଲକ ପ୍ରଶାସନ ତରଫରୁ ଝରୀଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ମାନଙ୍କ ର ଛାତ୍ର ଛାତ୍ରୀ ଙ୍କୁ ନେଇଁ ଝରୀଗାଁ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିଲା ପ୍ୟାରେଡ କାର୍ଯ୍ୟକ୍ରମ, କୋମଳମତି ଛାତ୍ର ଛାତ୍ରୀ ମନରେ ସ୍ୱାଧୀନତା ଦିବସ କୁ ନେଇଁ ରହିଥିଲା କେତେ ଯେ ଆନନ୍ଦ ଉଲ୍ଲାସ, କିନ୍ତୁ ବ୍ଲକ ପ୍ରଶାସନ ନିଜେ ଟେଣ୍ଟ ତଳେ ରହି ଏହି ଛାତ୍ର ଛାତ୍ରୀ ମାନଙ୍କୁ ଖରାରେ ଛିଡା କରିବା କେତେଦୂର ଯଥାର୍ଥ ଥିଲା, ହାଇସ୍କୁଲ ପଡିଆରେ ସରକାରୀ ବାବୁ ମାନଙ୍କ ଲାଗି ଲାଗିଥିଲା ଟେଣ୍ଟ ହେଲେ ଛାତ୍ର ଛାତ୍ରୀ ଖରା ରେ ଛଡ଼ାହୋଇଥିବା ଭଳି ଦୃଶ୍ୟ ଖୁବ ଦୁଃଖଦାୟକ ଥିଲା, ଏଭଳିକି ପିଲାଙ୍କ ଲାଗି ପିଇବା ପାଇଁ ପାଣି ଟୋପେ ର ମଧ୍ୟ ବ୍ୟବସ୍ଥା ନଥିଲା। ଛତ୍ର ଛତ୍ରୀ ମାନେ ଦୀର୍ଘ ସମୟ ଧରି ଖରାରେ ଛିଡ଼ାହୋଇ ଝାଳ ନାଳ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା, ବ୍ଲକ ପ୍ରଶାସନର ଏଭଳି ଖାମଖିଆଲି ମନୋଭାବକୁ ନେଇଁ ଝରୀଗାଁ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଖୁବ ଦୁଃଖ ପ୍ରକାଶ କରିଛନ୍ତି, କହିବାକୁ ଗଲେ ଗତ କିଛି ମାସ ହେବ ଝରୀଗାଁ ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଏଭଳି ଅନେକ ସରକାରୀ କାର୍ଯ୍ୟକ୍ରମ ରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି, ଅପରପକ୍ଷେ 1950 ମସିହା ଜାନୁଆରୀ 26 ତାରିଖ ଦିନ ଆମ ସମ୍ବିଧାନ ପ୍ରଣୟନ ହେବା ସହ ଏ ଦେଶ ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା ଯେଉଁ ସମ୍ବିଧାନ ର ସୁପରିଚାଳନା ଏବଂ ସନ୍ତୁଳନ ରକ୍ଷା କରିବା ଲାଗି ତିନୋଟି ସ୍ତମ୍ଭ ସହ ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ବା ମିଡ଼ିଆ କୁ ଗଣନା କରାଗଲା ଯାହା କି ସରକାରୀ ବ୍ୟବସ୍ଥାର ସଫଳତା ଏବଂ ପାରିବାପାଣିଆ କୁ ଜନତାଙ୍କ ସମୁଖରେ ଉପସ୍ଥାପନ କରିବାର ଏକ ପ୍ରକାର ଦାୟିତ୍ୱ ବା ଅଧିକାର ମଧ୍ୟ ରହିଲା. କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଝରୀଗାଁ ବ୍ଲକ ପ୍ରଶାସନ ଦ୍ୱାରା ଏଭଳି ଏକ ପବିତ୍ର ସ୍ୱାଧୀନତା ଦିବସରେ ମଧ୍ୟ ଗଣମାଧ୍ୟମକୁ ଅଣଦେଖା କରାଯାଇଥିଲା . କେବଳ ସେତିକି ନୁହେଁ ଝରୀଗାଁ ବ୍ଲକ ର ପ୍ରାୟ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଗଣମାଧ୍ୟମକୁ ଅଣଦେଖା କରିଆସୁଛନ୍ତି ଯେଉଁଥିପାଇଁ ଓଡିଶା ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକ୍ରମ ର ଉଧେଶ୍ୟ ଜନତାଙ୍କ ନିକଟରେ ପହଂଚି ପାରୁନାହିଁ. ତେବେ ବ୍ଲକ ପ୍ରଶାସନର ଏଭଳି ପ୍ରୟାସ କାହିଁକି. ଏହା ପ୍ରଶାସନିକ ଅଧିକାରୀ ଙ୍କ ଖମାଖିଆଲି ନା ଅଣଦେଖା ଯାହାକୁ ନେଇଁ ଝରୀଗାଁ ଗଣମାଧ୍ୟମ ସଂଘ ତରଫରୁ ଝରୀଗାଁ ବ୍ଲକ ପ୍ରଶାସନ ର ଏଭଳି ଆଚରଣ କୁ ନେଇଁ ନିନ୍ଦା କରାଯାଇଛି