ଏ.ଇ.ଏମ.ସ୍କୁଲ ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ
ବରଗଡ଼, ୨୭/୦୧ ( ଭାଗିରଥି ଭୋଇ ) : ବରଗଡ଼ ର ଏ.ଇ.ଏମ୍.ଇ.ଏମ୍ ସୁଲ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏ.ଇ.ଏମ ସ୍କୁଲ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବା ସହ ଏକ ବିଶାଳ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଶାଳ ପ୍ରଦର୍ଶନୀ କାର୍ଯ୍ୟକ୍ରମ କୁ ବରଗଡ଼ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତି କାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ବରେଣ୍ୟ ଅତିଥି ଭାବରେ ଡ. ସୁଧା୦ଶୁ କୁମାର ସାହୁ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ, ଏଇ.ଏମ.ସ୍କୁଲ ର ଚେୟାରମେନ ଜସବିର ସିଂ ସାଇନୀ, ପ୍ରିନ୍ସିପାଲ ପ୍ରଦୀପ କୁମାର ମିଶ୍ର,ସଦସ୍ୟ ମନୋରଂଜନ ମିଶ୍ର ଯୋଗ ଦେଇ ରକ୍ତ ଦାନ ଶିବିର କୁ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ #୪୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ଏ ଇ ଏମ ଇ ଏମ ସ୍କୁଲ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ଏ.ଇ.ଏମ.ଇ.ଏମ ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ