କରନେଶନ ପଡ଼ିଆରେ ୧୦୦ ଦିନିଆ ସାଇକେଲ ଯାତ୍ରା ଶୁଭାରମ୍ଭ
ଫୁଲବାଣୀ, ୨୭/୦୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା କରୋନେସନ ପଡ଼ିଆ ରେ ବାଲ୍ ବିବାହ ମୁକ୍ତ ଭାରତ ଅଭିଯାନ ୧୦୦ ଦିନିଆ କରୋନେସନ୍ ପଡ଼ିଆ ରେ ଏକ ସାଇକେଲ ରାଲି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମାନ୍ୟବର ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କଲେକ୍ଟର ଶ୍ରୀ ବେଦଭୂଷଣ ,ଏସପି ହରିସ୍ ବିଶି , ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ରମାକାନ୍ତ ମହାନ୍ତି ପିଡି-ଡୁଡ଼ା ଶ୍ରୀ ପ୍ରବୀଣ କୁମାର ବାଣୁଆ, ସମାଜ ମଙ୍ଗଳ ବିଭାଗର ପିଓ-କମ୍-ପିଓ- ମିଶ୍ ସରୋଜଲତା ଦେଇ , ପିଇଓ ସୌଦାମିନୀ ଦାସ ତଥା ହବ୍ କର୍ମଚାରୀଙ୍କ ସହିତ ଡିସି ଶ୍ରୀ ଦୀପକ୍ କୁମାର ସାହୁ, ଡିସିପିଓ- ରଶ୍ମିତା କରଣ,ସିଡିପିଓ ବୈଜୟନ୍ତୀ ମଲ୍ଲିକ, ଅଙ୍ଗନବାଡ଼ି କର୍ମୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ସମନ୍ୱୟ ରେ ଆୟୋଜିତ ହୋଇଥିଲା । ଏହି ରାଲିରେ ପ୍ରାୟ ୧୫୦ ଜଣ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।