Hot Posts

6/recent/ticker-posts

ଇ.ଆଇ.ସି ସଂସ୍ଥା ଦ୍ଵାରା ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ।

ଲକ୍ଷ୍ମୀପୁର, ୦୧/୦୨ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଡଳିଆମ୍ୱ ଗ୍ରାମ ନକଟରେ ବ୍ରହ୍ମପୁର ଠାରୁ କୋରାପୁଟ କୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥରେ ଇ.ଆଇ.ସି ସଂସ୍ଥା ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଶ୍ରୀ ଚକ୍ରଧର ମହାରଣାଙ୍କ ନେତୃତ୍ୱରେ ମୋଟର ସାଇକେଲ ଆରୋହୀ ମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଯାଇଛି । ବିଶେଷ କରି ଏହି ସଂସ୍ଥା ୧୯୯୧-୯୨ ମସିହାରେ ଶ୍ରୀମତୀ ବି.ଏଲ ମିଶ୍ରଙ୍କ ଦ୍ବାରା ସ୍ଥାପିତ ହେଲା ଓ ଉପ ସଭାପତି ଭାବେ ଶ୍ରୀ ଏସ.କେ ମହାନ୍ତିଙ୍କ ଦ୍ବାରା ପରିଚାଳିତ ହେଉଛି । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ବିଷୟ ଥିଲା ରାଜଧାନୀରୁ ଇ.ଆଇ ସି ଟିମ୍ ଆସି କୋରାପୁଟ ଜିଲ୍ଲାରେ ଗାଡ଼ି ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନ କାର୍ଯ୍ୟକ୍ରମ କରିଥିଲେ । ଉକ୍ତ ବିଷୟରେ ସଚେତନ ହେବା ଯଥା:ସଡ଼କ ସୁରକ୍ଷା,ଜୀବନ ରକ୍ଷା । ଦୃତ ଗତି ମହାବିପତ୍ତି । ଶୀରତ୍ରାଣ କରନ୍ତୁ ଓ ମୁକ୍ତି ଲାଭ କରନ୍ତୁ । ଦୁଇ ଚକିଆ ମୋଟର ଯାନରେ ଦୁଇ ଜଣରୁ ଅଧିକ ଆରୋହଣ କରନ୍ତୁ ନାହିଁ । ଚାରି ଚକିଆ ଯାନ ଚଳେଇବା ବେଳେ ସିଟ ବେଲ୍ଟ ବ୍ୟବହାର କରନ୍ତୁ । ଗାଡ଼ିର ସଂପୃକ୍ତ କାଗଜ ପତ୍ର ଗାଡିରେ ରଖନ୍ତୁ। ଗାଡ଼ିର ହେଡ୍ ଲାଇଟ୍ ୨୦%କଲର କରନ୍ତୁ । ମଦ୍ୟପାନ କରି କିମ୍ବା ମୋବାଇଲରେ କଥା ହୋଇ ହୋଇ କିମ୍ୱା ଅନ୍ୟ ମନସ୍କରେ ଗାଡ଼ି ଚଳାନ୍ତୁ ନାହିଁ । ସମ୍ମୁଖରେ ଥିବା ଗାଡ଼ିଠାରୁ ୨୫ ଫୁଟ ଦୂରରେ ରୁହନ୍ତୁ । ଗାଡ଼ି ୪୦ ରୁ ଅଧିକ ସ୍ପିଡ୍ ରେ ଚଳାନ୍ତୁ ନାହିଁ । ଟାର୍ଣିଂ କିମ୍ବା ଓଭରେ ଟେକ୍ କରିବା ସମୟରେ ହୋର୍ନ ବଜାନ୍ତୁ। ପଶୁ,ଶିଶୁ ଓ ପାଗଳବ୍ୟକ୍ତି ରାସ୍ତାରେ ଥିଲେ କିମ୍ବା ବୁଲୁଥିଲେ ସୋଜାଗ ରୁହନ୍ତୁ ବୋଲି ଗାଡ଼ି ଚାଳକ ମାନଙ୍କୁ ପରାମର୍ଶ ଓ ସଚେତନ ଦିଆ ଯାଇଛି ।


କୋରାପୁଟ ଜିଲ୍ଲା ପ୍ରତିନିଧି ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନ୍ୟୁଜ