“ବାରିଣୀପୁଟ ଶିବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ: ବିସିଡି ଠିକାଦାର ସଂଘର ସେବାମୂଳକ ପଦକ୍ଷେପ”
ଜୟପୁର,୧।୨ ( ଏ. ଭେଙ୍କଟ ରାଓ ) : ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ଶିବ ମନ୍ଦିର ପ୍ରାଙ୍ଗଣରେ ବିସିଡି ଠିକାଦାର ସଂଘ କୋରାପୁଟ ତରଫରୁ ସଭାପତି ପଦ୍ମନ ହରିଜନଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା ତତସହିତ ଜୟପୁରସ୍ତ ହାନାଗୁଡ଼ା ସ୍ତିତ ଲାଇଫ ଫାଉଣ୍ଡେସନର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ସହ ବିସିଡି ଠିକାଦାର ମାନଙ୍କର ଭାବର ଆଦାନ ପ୍ରଦାନ ସହ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ଏହି ସେବା କାର୍ଯ୍ୟକ୍ରମ କରିବା ପାଇଁ ଠିକାଦାର ସଂଘ ପ୍ରାରମ୍ଭରୁ ଘୋଷଣା କରିଥିଲା ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଭ୍ୟ ଶ୍ ବିଜୟ ପଣ୍ଡା, ସାଧାରଣ ସମ୍ପାଦକ ହେମନ୍ତ ତ୍ରୀପାଠୀ, ରଞ୍ଜନ କୁମାର ପ୍ରଧାନ, ଉପସଭାପତି ବିନୀତ ରାଜ ସତ୍ତମନ, କୋଷାଧ୍ୟକ୍ଷ ସୁରଜିତ ରାଉତରାୟ, ଟୁକୁରୁ ଦାସ, ତୁଷାର ବିଶ୍ୱାଳ, ବି ନାରାୟଣ ରାଓ, ଯୁଗ୍ମ ସମ୍ପାଦକ ଶ୍ରୀନିବାସ ପଣ୍ଡା, କାର୍ଯ୍ୟ ନିର୍ବାହୀ ସଭ୍ୟ ଗଣମାଧ୍ୟମ ସଂଯୋଜକ ରାଜୀବ ଟାକ୍ରି, ସତ୍ୟନାରାୟଣ ନାୟକ, ବିଶ୍ୱନାଥ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।