ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ
କଳାହାଣ୍ଡି, ୦୧/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ, କଳାହାଣ୍ଡି ଦ୍ଵାରା ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ - ଶିକ୍ଷୟିତ୍ରୀ ଙ୍କୁ ନେଇଭବାନୀପାଟଣା ଟାଉନ୍ ହଲ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ବୈଠକରେ ଆସନ୍ତା ମାଟ୍ରିକ ପରୀକ୍ଷା ରେ ଉତ୍ତମ ଫଳାଫଳ, ବିଦ୍ୟାଳୟ ସୁପରିଚାଳନା, ଆକଂକ୍ଷୀ ପାଠ୍ୟକ୍ରମ, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ଆର୍ଥିକ ପରିଚାଳନା , ୟୁଡ଼ାଇସ ପ୍ଲସ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା, ନୂତନ ପାଠ୍ୟ ପୁସ୍ତକ, ନୂତନ ଶିକ୍ଷା ବର୍ଷର କାର୍ଯ୍ୟ ଖସଡ଼ା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ସମଗ୍ର ଶିକ୍ଷା କଳାହାଣ୍ଡି ର ମୁଖପତ୍ର ତଥା ଶିକ୍ଷା ସମ୍ବାଦ ବାହିକା ମାଣିକ୍ୟ ପ୍ରଭା ପତ୍ରିକାର ଶୁଭ ଉନ୍ମୋଚନ କରାଯାଇଥିଲା। ଜିଲ୍ଲା ଗଣନାଥପୁର ପ୍ରଧାନଶିକ୍ଷକ ପ୍ରଦୀପ ନେଗି, କୁଲିହାରୀ ପ୍ରଧାନଶିକ୍ଷକ ବିଜୟ ପାଢ଼ୀ, ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟ ନାର୍ଲା ରୋଡ଼ ପ୍ରଧାନଶିକ୍ଷକ ସନ୍ତୋଷ କୁମାର କର ନିଜ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ଓ ଫଳାଫଳ ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଉପସ୍ଥାପନା କରିଥିଲେ। ଜିଲ୍ଲା ସାଧନ ଶିକ୍ଷକ ଶିକ୍ଷୟିତ୍ରୀ ବିଜୟାନନ୍ଦ ହୋତା, ଶ୍ୟାମ ସୁନ୍ଦର ପଣ୍ଡା, ସରସ୍ଵତୀ ସାହୁ, ସ୍ନିଗ୍ଧାଲିନା ସାହୁ, ଯୁଧିଷ୍ଠିର ମୁଦୁଲି, ମୃତ୍ୟୁଞ୍ଜୟ ପତି, ପ୍ରଜ୍ଞା ଶତପଥି, ସ୍ୱେତାଳିନ ପ୍ରଧାନ, ସରସ୍ଵତୀ ବେହେରା, ମନୋଜ ପଣ୍ଡା, ବିନୋଦ ବାତ୍ରା , ବାପାଙ୍ଗି ପ୍ରଧାନ ଓ ଈଶ୍ୱର ବେହେରା, ଜିଲ୍ଲା ପ୍ରାଥମିକ ଶିକ୍ଷା ତାଲିମ ଅନୁଷ୍ଠାନ ପ୍ରମୁଖ ପାଠ୍ୟ ବିଷୟ ବସ୍ତୁ ଉପରେ ଛାତ୍ରଛାତ୍ରୀ ମାନେ କିପରି ଅଧିକ ମାର୍କ ରଖି ପାରିବେ, ସେ ସମ୍ପର୍କରେ ନିଜ ଅଭିଜ୍ଞତା ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କ୍ୱେଷ୍ଟ ଆଲିଆଁନସ, ଭୁବନେଶ୍ୱର ର ରାଜ୍ୟ ମୁଖ୍ୟ ୟୁଭିକା ସିଂହ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ପାଢ଼ୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପଶିଂ ରାଉତ, ଉପବିଭାଗ ଅଧିକାରୀ ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ଆଚାର୍ଯ୍ୟ, ପଞ୍ଚ ଶଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ