Hot Posts

6/recent/ticker-posts

ଦଳପଡା ପଞ୍ଚାୟତସ୍ତରୀୟ ଚବିଶ ପ୍ରହର ନାମ ଯଜ୍ଞ ନିମନ୍ତେ ଶୁଭ ଖୁଣ୍ଟ ସ୍ଥାପନ ।

ଖଜୁରୀପଡ଼ା, ୮/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତସ୍ତରୀୟ ଚବିଶ ପ୍ରହର ନାମ ଯଜ୍ଞ ନିମନ୍ତେ ଶୁଭ ଖୁଣ୍ଟ ସ୍ଥାପନ । ସୂଚନା ପ୍ରକାରେ ଖଜୁରୀପଡ଼ା ବ୍ଲକ ଦଳପଡା ପଞ୍ଚାୟତରେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ପଞ୍ଚାୟତ ସ୍ତରୀୟ ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ ଏଥିପାଇଁ ଆଜି ଅପରାହ୍ନରେ ପରମ୍ପରା ରୀତି କାନ୍ତି ଅନୁଯାୟୀ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଥିଲା । ଏହି ନାମ ଯଜ୍ଞ ଚଳିତ ମାସ ୨୫ ତାରିଖ ଠାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଶୁଭ ଖୁଣ୍ଟ ସ୍ଥାପନ ସମୟରେ ସଭାପତି ଶ୍ରୀମତୀ ପଦ୍ମିନୀ ମଲିକ , ସମ୍ପାଦକ ଆଦିକନ୍ଦ କହଁର, ଚକାଡୋଳା ଜାନୀ,ନଳୀତ କହଁର, ବଳରାମ ଦେହୁରୀ, ଜିତେନ୍ଦ୍ର ଦେହୁରୀ ଅର୍ଜୁନ କହଁର,କମ୍ଭୁପାଣି ବେହେରା,ରାଜ କିଶୋର ବଗର୍ତ୍ତି, ଦୁଷ୍ମନ୍ତ ସାହୁ ସମେତ ଅଞ୍ଚଳର ବାପା ମାଁ ଗୁରୁଜନ ଭାଈ ଭଉଣୀ ଉପସ୍ଥିତ ଥିଲେ ।