Hot Posts

6/recent/ticker-posts

ଓଡିଶା ପ୍ରସାସନିକ ସେବାରେ ମାଲକାନଗିରି ଛାତ୍ରୀ

ମାଲକାନଗିରି, ୨୮/୦୫ ( ଶରତ ଚନ୍ଦ୍ର ଖରା ) : ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୪ର ଫଳାଫଳ ଆଜି ସାରା ରାଜ୍ୟରେ ବାହାରିଥିବା ବେଳେ ଏହି ତାଲିକାରେ ମାଲକାନଗିରି ର ଛାତ୍ରୀ ଓଡିଶା ପ୍ରଶାସନିକ ସେବାରେ ୫୭ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହା ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି।ମାଲକାନଗିରି ସଦର ବ୍ଲକ ସତିଗୁଡା ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶିକ୍ଷୟିତ୍ରୀ ସରିତା ଲେଙ୍କାଙ୍କ କନ୍ୟା ଇପ୍ସିତା ବିଶ୍ୱାଳ ୨୦୨୪ ମସିହାରେ ଓଡ଼ିଶା ପ୍ରଶାସନିକ ସେବା ନିମନ୍ତେ ପରୀକ୍ଷା ଦେଇଥିଲେ। ଇପ୍ସିତା ମାଲକାନଗିରି ସଦର ମହକୁମା ଜବାହର ନବୋଦୟ ବିଦ୍ୟାଳୟ-୧ରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ ଭୁବନେଶ୍ୱର ମହର୍ଷି କଲେଜ ଅଫ୍ ନେଚୁରାଲ ଲାରେ ଉଚ୍ଚ ଶିକ୍ଷା କରିଥିଲେ। ପରେ ପରେ ସେ ସେଂଟ୍ରାଲ ୟୁନିଭରସିଟି ଅଫ୍ ପଞ୍ଜାବ ରେ ପିଜି କରିଥିଲେ।ତାଙ୍କ ପିତା ପ୍ରଦୀପ କୁମାର ବିଶ୍ୱାଳ ମାଲକାନଗିରି ବି.ଏସ୍‌.ଏଫ୍‌. ଇନିସ୍ପେକର୍ ଭାବେ କାର୍ଯ୍ୟରତ ଅଛନ୍ତି। ଏ ସମ୍ବନ୍ଧରେ ଇପ୍ସିତା ପ୍ରକାଶ କରିଥିଲେ ଯେ, ମୋର ଏହି କୃତ କାର୍ଯ୍ୟ ପାଇଁ ପ୍ରଥମେ ଭଗବାନ ଙ୍କୁ ପରେ ପିତା ମାତା ଓ ଶିକ୍ଷାଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୋତେ ଉତ୍ସାହିତ କରିଥିବା ସାଙ୍ଗ ମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ମୁଁ ୟୁନିଅନ ପବ୍ଲିକ କମିଶନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ଓଡିଶା ପ୍ରଶାସନିକ ସେବାରେ ନିୟୋଜିତ ହେବା ପରେ ମୋର ମୁଖ୍ୟ ଉଦ୍ଦେଶ୍ୟ ମହିଳା, ଶିଶୁ ଓ ଆଦିବାସୀ ଉନ୍ନତି ପାଇଁ ଗୁରୁତ୍ୱ ଦେବି ବୋଲି ପ୍ରକାଶ କରିଥିଲ।


ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।