Hot Posts

6/recent/ticker-posts

ଭବାନୀପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଭବାନୀପାଟଣା, ୦୮/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ମା ମାଣିକେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଳ ଅର୍ପଣ ଏବଂ କଣ୍ଠ ଶିଳ୍ପୀ ତଥା ଅଧ୍ୟାପିକା ସୁଶ୍ରୀ ଲିପ୍ସା ମହାରଣା ଙ୍କର ଦ୍ଵୀପପ୍ରଜ୍ବଳନ ମନ୍ତ୍ର ଉଚ୍ଚାରଣ ରେ ଏହି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଅଧ୍ୟକ୍ଷ ଡ.ସୁବ୍ରତ କୁମାର ପାଣିଗ୍ରାହୀ ସ୍ବାଗତ ଅଭଭାଷଣ ରଖିଥିଲେ ଏବଂ ତାଙ୍କର ଆଗାମୀ ଭବିଷ୍ୟତ ଗଠନ ପାଇଁ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ରୂପେ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ର କୁଳପତି ଡ଼. ନିବେଦିତା ନାଥ ସମ୍ମାନିତ ଅତିଥ୍‌ ରୂପେ, ସରକାରୀ ସ୍ବୟଂସାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ପୂର୍ବତନ ମୁଖ୍ୟ ଏବଂ ଶିଶୁ କଲ୍ୟାଣ ସମିତି ର ପୂର୍ବତନ ଅଧ୍ୟକ୍ଷ ଡ଼. ଅଜୟ ମିଶ୍ର, ମୁଖ୍ୟବକ୍ତା ରୂପେ ସରକାରୀ ସ୍ବୟଂସାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ଯକ୍ଷ ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ଦଳାଇ,ଅନ୍ୟତମ ଅତିଥି ରୂପେ ବିଶ୍ବବିଦ୍ୟାଳୟ ର କୁଳସଚିବ ଡ଼. ଗୁଣନିଧୂ ନାଏକ ଓ ଉପ କୁଳସଚିବ ମେଜର ଡ଼.ଜୟଦେବ ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଆଗାମୀ ଭବିଷ୍ୟତ ର ଗଠନ ପାଇଁ ଉପଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସୁବ୍ରତ କୁମାର ପାଣିଗ୍ରାହୀ ସଭାପତିତ୍ଵ କରିଥିବା ବେଳେ ଆଇଟି ବିଭାଗ ର ଅଧ୍ୟାପିକା ତଥା କଣ୍ଠଶିଳ୍ପୀ ଲିପ୍ସା ମହାରଣା ମଞ୍ଚ ପରିଚାଳନା କରିଥିଲେ ଏବଂ ଆଶିଷ ମହାପାତ୍ର , ଅଶୋକ ପାଢ଼ୀ ତାଙ୍କୁ ସହଯୋଗ କରି ଥିଲେ I ଅତିଥି ମାନଙ୍କ ଦ୍ବାରା ବାର୍ଷିକ ପତ୍ରିକା "ଦୂର୍ବା "ର ଅତିଥି ମାନଙ୍କର କର କମଳ ରୁ ଲୋକାର୍ପିତ ହେଲା ଏବଂ ଗଣିତ ବିଭାଗର ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଙ୍କ ସମ୍ପାଦିତ ଗଣିତ ପୁସ୍ତକ real analisis 2 ର ଉନ୍ମୋଚନ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ