ମାଲକାନଗିରି ଜୟପୁର ମୂଖ୍ୟ ରାସ୍ତା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ମାଲକାନଗିରି, ୩୧/୦୫ (ନବଦୁତ ନ୍ୟୁଜ) : ମାଲକାନଗିରି ଜୟପୁର ସଂଯୋଗ ମୂଖ୍ୟ ରାସ୍ତା ମନ୍ତ୍ରୀଆମ ଘାଟିରେ ଆଜି ଏକ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଟ୍ରକ୍ ତଳେ ଫସିଥିବା ଡ଼୍ରାଇଭରଙ୍କୁ ଦେଢ଼ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ , ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ ଘାଟିରେ ଘଟିଛି ଦୁର୍ଘଟଣା l ଗତକାଲି ରାତି ଦୁଇଟା ବେଳେ ରାଞ୍ଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ ଘାଟିରେ ଏକ ଲୁହା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟଗଡ଼ରୁ (ଏପି ୩୯ ୟୁବି ୮୨୦୮) ନମ୍ବର ବିଶିଷ୍ଟ ଏକ ଲୁହା ପାଇପ୍ ବୋଝେଇ ଟ୍ରକ୍ ଗତକାଲି ରାତି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା। ଲଙ୍ଗଳପାଖନା ଘାଟିରେ ଟ୍ରକର ବ୍ରେକ ଫେଲ୍ ହେବା କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବୈପାରିଗୁଡା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।l