Hot Posts

6/recent/ticker-posts

କୋମାରେ ଜୟପୁର ପେପର ମିଲ, ଚିନ୍ତାରେ ସହସହ କର୍ମଚାରି, ପୁନଃ କାର୍ଯ୍ୟକ୍ଷମ ପାଇଁ ମିଳିତ କ୍ରିୟ ଅନୁଷ୍ଠାନ ର 12 ଘଣ୍ଟିଆ ଜୟପୁର ବନ୍ଦ. ସମର୍ଥନ ଜଣାଇଲା ରାଜ ନୈତିକ ଦଳ ବିଜେଡି |

ଜୟପୁର, ୨୮/୦୫ ( ଏ. ଭେଙ୍କଟ ରାଓ ) : ଜୟପୁର ପେପର ମିଲ୍‌ର ପୁନଃକାର୍ଯ୍ୟକ୍ଷମ ଦାବିକୁ ନେଇ ଏବେ ଜୋର ଧରିଛି ଆନ୍ଦୋଳନ। ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ସହରର ବିଭିନ୍ନ ସଂଗଠନ ଓ ସାଧାରଣ ଲୋକମାନେ ମଧ୍ୟ ଏହି ଦାବିକୁ ସମର୍ଥନ କରୁଛନ୍ତି।ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ଜୟପୁର ପେପର ମିଲ୍‌କୁ ପୁନଃ ଚାଲୁ କରିବା ଦାବିରେ ଆଜି ଜୟପୁରରେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ମିଳିତ କ୍ରିୟା ଅନୁଷ୍ଠାନ କମିଟିର ଆହ୍ୱାନରେ ସହରର ବିଭିନ୍ନ ସଂଗଠନ ଓ ସାଧାରଣ ଲୋକମାନେ ଏହି ବନ୍ଦରେ ସାମିଲ ହୋଇଥିଲେ। ଏହି ବନ୍ଦକୁ ସମର୍ଥନ ଜଣାଇ ବିଜୁ ଜନତା ଦଳ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିଛି। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ପେପର ମିଲ୍ ବନ୍ଦ ହେବା ପରେ ହଜାର ହଜାର ପରିବାର ଜୀବିକା ହରାଇଛନ୍ତି।ସବୁଠାରୁ ବଡକଥା କି ଏହି କରାଖାନା ର ଏହି ଭଳି ଦୁରା ଅବସ୍ଥା ଆଜି କି କାଲୀ ର ନୁହେ ଆଜିକି 42 ବର୍ଷ ଅର୍ଥାତ କାରଖାନା ଆରମ୍ଭ ରୁ ହି ଲାଗି ରହିଛି ଏହି ସମସ୍ଯା ଓ କେବଳ ମାଲିକାନା ବଦଳାଇ ଚାଲିଛି ଏହି କଳ ଯାହା ଫଳରେ ଆଜିଭି ଏମାନ ଙ୍କ ସମସ୍ୟା ଯଥା ପୂର୍ବମ ତଥା ପରମ ରହିଛି , ସୂଚନା ମୁତାବକ 1981 ମଶିହାରେ ଜୟପୁର ସହର ରେ ଏହି ମିଲ ର ପରିକଳ୍ପନା କରାଯିଥିଲା ଓ ତାପରେ ମାତ୍ର କିଛି ବର୍ଷ ବ୍ୟବଧାନ ପରେ ପ୍ରଥମ ଥର କରି ଟ୍ରାଇଲ ବେଶିକ ରେ ମିଲ୍ରୁ କାଗଜ ବାହାରିଲା 1984 ମସିହାରେ ଏବୋଂ 1985 ମସିହାରେ ଏହି ସବୁ ଆଦାୟ ହୌଊଥିବା କାଗଜ କୁ ପ୍ରଥମ ଥର କରି ବଜାର କୁ ଛଡଗଲା| ପ୍ରଥମ ପର୍ଜ୍ଯାୟରେ ରେ କମ୍ପାନୀ ପ୍ରାୟ 100 ଟନ ର ପେପର ଉପ୍ତାଦନ କରିଥିଲା |କିନ୍ତୁ ମାତ୍ର କେଇଟା ବର୍ଷ ପରେ ଅର୍ଥାତ 1987 ମସିହାରେ ଏହି କମ୍ପାନୀ ରେ ପଡିଗଲା ତାଲା, ତେଣୁ ସରକାର ଶୀଘ୍ର ମିଲ୍‌କୁ ପୁନଃକାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।