Hot Posts

6/recent/ticker-posts

ଲାଞ୍ଜିଗଡ ରୋଡ଼ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ନେଇ ଲୋକସଭା ସାଂସଦ ଙ୍କ ସହ ଆଲୋଚନା

ଭବାନୀପାଟଣା, ୦୧/୦୬ ( ଶେଖର ସୁମନ ଦାଶ ) : ଗତ କାଲି ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଙ୍କ ବାସଭବନରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା, ଅଭିଯୋଗ ଓ ମତାମତ ବିଷୟରେ ଆଲୋଚନା ସହ ଲୋକଙ୍କ ସମସ୍ୟାର ଯଥାସମ୍ଭବ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ଏବଂ କିଛି ବିଷୟର ତୁରନ୍ତ ସମାଧାନ ମଧ୍ୟ କରାଯାଇ ଥିଲା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ର ମଧ୍ୟ ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଶ୍ରୀମତୀ ସାଂସଦ ଙ୍କୁ ଭେଟି ଆଲୋକ ପାତ କରାଇବା ପାଇଁ ବିଶ୍ୱନାଥପୁର ମଣ୍ଡଳ ଓ. ବି. ସି. ମୋର୍ଚ୍ଚା ସଭାପତି ମିଲନ କୁମାର ମହାପାତ୍ର, ଉପ ସଭାପତି ରଶ୍ମି ରଞ୍ଜନ ମହାନ୍ତି, ଶକ୍ତି କେନ୍ଦ୍ର ପ୍ରମୁଖ ଉଆଁସୁ ପରାଭୋଇ ଓ ଲାଞ୍ଜିଗଡ ରୋଡ଼ ଅଞ୍ଚଳ ର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ଙ୍କ ବାସ ଭବନ ରେ ସାକ୍ଷାତ କରି ଅଞ୍ଚଳ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଥିଲେ ଏବଂ ମାନ୍ୟବର ସାଂସଦ ଏହି ଅସୁବିଧା ର ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଇ ଥିଲେ ।



 କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।