Hot Posts

6/recent/ticker-posts

ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ଗଠନ, ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଝରିଗାଁ, ୩୦/୦୫ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନାଗୁଡ଼ା ପଞ୍ଚାୟତ ସଦରସ୍ଥିତ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ଭବନ ପରିସରରେ ଶନିବାର ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଜଗର୍ନ୍ନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭତରା ସମାଜର ସଂଗଠନାତ୍ମକ ସୁଦୃଢ଼ତା, ଶିକ୍ଷାର ପ୍ରସାର, ସାମାଜିକ ଉନ୍ନତି ଏବଂ ଜନଜାଗରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା। ଏଥିରେ ପର୍ଶୁରାମ ମାଝୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କୈଳାସ ମାଝୀ (କଳାହାଣ୍ଡି), ଦାମୋଦର ପୂଜାରୀ (ନବରଙ୍ଗପୁର) ଓ ଗୌରଚନ୍ଦ୍ର ନାୟକ (କୋରାପୁଟ) ଉପସଭାପତି ଭାବେ ମନୋନୀତ ହୋଇଥିଲେ।
ସେହିପରି ରାଜମାନ ଭତରା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଋତୁରାଜ ମାଝୀ, ଉଦୟାନନ୍ଦ ନାୟକ, ସୁଶାନ୍ତ କୁମାର ମାଝୀ, ଭୁଜବଳ ମାଝୀ, ପ୍ରଦୀପ ଦିଶାରୀ, ରୂପୁ ଭତରା, ମାତିରାମ ନାୟକ ଓ ଗୌରୀଶଙ୍କର ମାଝୀ ପ୍ରମୁଖ ବିଭିନ୍ନ ପଦବୀରେ ମନୋନୀତ ହୋଇଥିଲେ। ଏହି ଅବସରରେ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ବ୍ଲକରୁ ଆସିଥିବା ଭତରା ସମାଜର ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ସମାଜର ବିଭିନ୍ନ ପଦପଦବୀରେ ରହିଥିବା ସଦସ୍ୟମାନେ ଯୋଗଦେଇଥିଲେ। ସମାଜର ଏକତା ଓ ସଂଗଠନକୁ ଆହୁରି ମଜବୁତ କରି ସର୍ବାଙ୍ଗୀଣ ବିକାଶ ଦିଗରେ କାର୍ଯ୍ୟ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ବୈଠକ ଶେଷରେ ନବଗଠିତ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଭତରା ସମାଜର ଶିକ୍ଷା, ସାମାଜିକ ସଚେତନତା ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।