ପୋଡ଼ାଗଡରେ ଚୋରିହାରି ବୃଦ୍ଧି,ଲୋକେ ଚିନ୍ତାରେ ହନ୍ତସନ୍ତ ।
କୋରାପୁଟ, ୦୩/୦୨ (ବିପିନ କୁମାର ହିଆଲ) : ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କୋରାପୁଟ ସଦର ଥାନା ଅଧୀନସ୍ଥ ପୋଡାଗଡ ସଦର ମହକୁମାରେ ଦିନକୁ ଦିନ ଚୋରୀର ହାର ବୃଦ୍ଧି ପାଉଛି। ଅଳ୍ପ କିଛି ମାସ ଭିତରେ ପ୍ରାୟ ପାଞ୍ଚ ରୁ ଛଅ ଥର ହେଲାଣି ଚୋରୀ ହୋଇ ଆସୁଛି, କିନ୍ତୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରକୁ ଧରିବାରେ ବିଫଳ ହୋଇଛି। ତାହାର ଫାଇଦା ନେଇ ଚୋର ଆହୁରି ଅଧିକ ସକ୍ରିୟ ହୋଇଛି । ଆଜି ୦୩/୦୨/୨୦୨୬ ତାରିଖ ମଙ୍ଗବାର ଦିନ ଶ୍ରୀ ଚକ୍ରଧର ପଣ୍ଡା,ସ୍ତ୍ରୀ ଟିକିନା ପଣ୍ଡାଙ୍କ ଘର ସମ୍ମୁଖରେ ଥିବା ଲୁହାର ଗେଟର ତାଲା ଭାଙ୍ଗି ଘରଭିତରେ ଥିବା ଆଲମାରୀ ଓ ସିନ୍ଦୁକ ଭାଙ୍ଗି ପ୍ରାୟ ପଚାଶ ହଜାର (୫୦.୦୦୦) ଟଙ୍କା ଓ ୨ ତୋଳା ସୁନା ସହ ଅନ୍ୟାନ୍ୟ ଜିନିଷ ପତ୍ର ଚୋର ଚୋରୀକରି ନେଇଯାଇଛି । ଉକ୍ତ ଗୃହର ସ୍ୱପରିବାର ପୋଡ଼ାଗଡରୁ ପାର୍ବତୀପୁର କୌଣସି ଏକ ବିଶେଷ କାର୍ଯ୍ୟ ନିମନ୍ତେ ଯାଇଥିଲେ । ଗୃହଟି ନରଶୁନ୍ୟର ସୁଯୋଗ ଦେଖି ଚୋର ଚୋରୀ କରି ତାର ଅନ୍ୟ ଏକ ତାଲା ପକାଇ ଚାଲି ଯାଇଥିଲା। କିନ୍ତୁ ଗୃହର ମାଲିକ ଶ୍ରୀ ଚକ୍ରଧର ପଣ୍ଡା ଓ ତାଙ୍କ ସ୍ଵପରିବାର ଗେଟ୍ ର ତାଲା ଖଲିବା ସମୟରେ ଜାଣିପାରି କିଛି ଲୋକଙ୍କୁ ସମ୍ମୁଖକୁ ଡାକି ତାଲା ଖଲି ଘର ଭିତରେ ପଶି ଦେଖିଲା ବେଳକୁ ଆଲମିରା ଓ ସିନ୍ଦୁକ ଭାଙ୍ଗି ସୁନାଗହଣା ଓ ଅନ୍ୟାନ୍ୟ ଜିନିଷ ସବୁ ଚୋର ଚୋରୀ ନେଇଛି, ଏହା ଜାଣି କୋରାପୁଟ ସଦର ଥାନା କୁ ଅଫ୍ ଲାଇନ ଓ ଅନଲାଇନରେ ଏଫ୍.ଆଇ.ଆର୍ ଦିଆଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । କିନ୍ତୁ ଏବେ ପୋଲିସ ଚୋରକୁ ଧରିବାରେ କେତେ ସଫଳ ହେଉଛି ନା ବିଫଳ ହୋଉଛି ଶ୍ରୀ ପଣ୍ଡାବାବୁ ଓ ସମସ୍ତ ଗ୍ରାମବାସୀ ଅପେକ୍ଷାରେ ଅଛନ୍ତି ।