Hot Posts

6/recent/ticker-posts

ଗ୍ରାମୀଣ ସ୍ତରୀୟ ଗୋଣ୍ଡୀ ଭାଷା ଦିବସ ପାଳିତ

ରାଇଘର, ୦୩/୦୨ ( ଚନ୍ଦନ ଗଣ୍ଡ ): ରାଇଘର ବ୍ଲକ ଅନ୍ତର୍ଗତ ବିରିପୁର ଗ୍ରାମ ଆଦିବାସୀ ସଂସ୍କୃତି ଭବନ ପରିସରରେ ଗୋଣ୍ଡୀ ଭାଷା ଦିବସ ପାଳନ କରାଗଲା । ଏହି ଅବସରରେ ପେନ୍‌ବାସୀ ମତୀ ରାୱାନ କୋଙ୍ଗାଲୀଜୀଙ୍କ ଜନ୍ମଜୟନ୍ତୀ ( ଫେବୃଆରୀ ଦୁଇ ) କୁ ଗୋଣ୍ଡୀ ଭାଷା ଦିବସ ଭାବେ ପାଳନ କରାଯାଇଥିଲା।  କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଗୋଣ୍ଡୀ ଭାଷା ଓ ଲିପିର ସୁରକ୍ଷା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ସହିତ ଏହାର ପ୍ରଚାର–ପ୍ରସାର କରିବା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଗୋଣ୍ଡୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଯୁବପିଢ଼ୀଙ୍କୁ ନିଜ ମାତୃଭାଷାକୁ ଅପନାଇ ଏହାର ସୁରକ୍ଷା ଓ ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସୁସଂଗଠିତ ଓ ସଫଳ ଭାବେ ସମାପ୍ତ ହୋଇଥିଲା।