ମାଁ ତାରିଣୀ ଅଷ୍ଟଚଣ୍ଡୀ ପୀଠ ରିଷିଡ଼ାର, ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କର୍ଲାମୁଣ୍ଡା, ୦୬/୦୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ରିଷିଡା ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠ ଠାରେ ମନ୍ଦିର ଉନ୍ନତିକରଣ ଓ ନୂତନ କମ୍ୟୁନିଟି ହଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସ୍ଥାନୀୟ ବିଧାୟିକା ପ୍ରତିନିଧି ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ସମ୍ମାନିତ ଅତିଥି ଭାବରେ ଗ୍ରାମ କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରେମାନନ୍ଦ ପାତ୍ର, ସମାଜସେବୀ ସତ୍ୟ ନାରାୟଣ ସାହୁ, ମୁରଲୀଧର ରଣା ଯୋଗଦେଇଥିଲେ। ପୂଜା କମିଟି ସଭାପତି କୈଳାସ କୁମୁରା ସଫାଦକ ସୁଶାନ୍ତ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ହୃଦାନନ୍ଦ ମଲ୍ଲିକ, ମହିମା ରଣା, ମହେନ୍ଦ୍ର ପଧାନୀ, ଲିପୁନ ରଣା, ଅନ୍ତର୍ଯ୍ୟାମୀ ମଲ୍ଲିକ, କ୍ଷମା ସାହୁ, ହିମାଂଶୁ ରଣା, ଗରିବ ଭୋଇ, ଜଗଦୀଶ ଭୋଇ, ଦ୍ୱୀତିଆ ରଣା, ଯୁଗଳ ନାଏକ, ପଙ୍କଜ ଭୋଇ, ବୃହସ୍ପତି ରଣା, ବିଷ୍ଣୁରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।