Hot Posts

6/recent/ticker-posts

ବରଗଡ ଜିଲ୍ଲା ର ଓଡ଼ିଆ ଭାଇ ଭଉଣୀ ବମ୍ବେ ରେ ପୁରସ୍କୃତ

ପାଇକମାଳ ୬/୨ ( କୃଷ୍ଣ ଚନ୍ଦ୍ର ସାହୁ ) : ଓଡ଼ିଆ ପୁଅ, ଝିଅ(ଭାଇ ଭଉଣୀ )ଦ୍ବୟ ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତା ରେ ଭାଗ ନେଇ ପୁରସ୍କୃତ ହୋଇ ଓଡିଶା ମାଟିର ନାଁ ରଖିଥିବା ଜଣା ପଡିଛି। ଅନ୍ତଜାତୀୟ ସଟୋକାନ କରାଟେ ପ୍ରତିଷ୍ଠାନ ISKO ଦ୍ୱାରା ମହାରାଷ୍ଟ୍ର ମୁମ୍ବାଇ ରେ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ପାଞ୍ଚ ବର୍ଷରୁ ପନ୍ଦର ବର୍ଷ ଯାଏ ବାଳକ, ବାଳିକା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରାୟ ୫୦୦ଜଣ ବାଳକ ବାଳିକା ଭାଗ ନେଇ ଥିଲେ। ମୁମ୍ବାଇ, ପୁନେ ରେ ବରଗଡ ଜିଲ୍ଲା, ସୋହେଲା ବ୍ଲକ ଶ୍ରୀଗୀଡା ଗ୍ରାମର ଇଂଜିନିଅର ଶ୍ରଦ୍ଧାକର ସାହୁ ଙ୍କ ପୁଅ ଭୂପିନ୍ଦ୍ର ସାହୁ (12) କୁମିଟେ ପ୍ରତିଯୋଗିତା ରେ ସ୍ଵର୍ଣ ଓ କାଟା ପ୍ରତିଯୋଗିତା ରେ ରୋପ୍ୟ ପଦକ ଆଣିଥିବା ବେଳେ ତାଙ୍କର ଭଉଣୀ ଦିବ୍ୟାନସି ସାହୁ (5)କାଟା ପ୍ରତିଯୋଗିତା ରେ ସ୍ଵର୍ଣ ଓ କୁମିଟେ ପ୍ରତିଯୋଗିତାସର୍ବଭାରତୀୟ ସ୍ତରରେ ରେ ରୋପ୍ୟ ପଦକ ଆଣି ଓଡିଶା ମାଟିର ନାମ ରଖିଛନ୍ତି। ଭାଇ ଭଉଣୀ ଦ୍ବୟ ଆନ୍ତରରାଷ୍ଟ୍ରୀୟ ମାର୍ସଲ ଆଟ୍ସ ଅନୁଷ୍ଠାନ ର ନିଶା ଗୁପ୍ତା ଙ୍କ ତତ୍ପ।ବଧାନରେକିଛି ବର୍ଷ ହେଲା ଶିକ୍ଷା ଲାଭ କରୁଛନ୍ତି। ଏଥିସହ ଭାଇ, ଭଉଣୀ ଦ୍ବୟ ଅନେକ ପ୍ରତିଯୋଗିତା ରେ ବହୁତ ସ୍ଥାନରେ ପୁରସ୍କାର ପାଇ ବାପା ଶ୍ରଦ୍ଧାକର ସାହୁ ଓ ମାତା ପଦ୍ମାବତୀ ସାହୁ ଙ୍କ ନାମ ରଖି ଛନ୍ତି,। 


ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ