Hot Posts

6/recent/ticker-posts

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଚାନକ ଗ୍ରସ୍ତ,୭ ଜଣଙ୍କ ଦରମା ବନ୍ଦ

ବରୀ, ୦୬/୦୨ ( ରଂଜିତ ମହାନ୍ତି ) : ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ମାନେ ପାଳି କରି ଆସିବା ଯୋଗୁଁ ରୋଗୀ ସେବା ପ୍ରଭାବିତ ହେଉଥିଲା।ଏ ବିଷୟରେ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳ ନ୍କ ଜନଶୁଣାଣୀ ଠାରୁ ଆରମ୍ଭ କରି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ମିଶ୍ର ଆଜି ଅଚାନକ ବରୀ ଗ୍ରସ୍ତରେ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ଆଜି ଦାୟିତ୍ବ ରେ ଥିବା ଡାକ୍ତର ଓ କର୍ମଚାରୀ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ୭ ଜଣ ନ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରକାଶ ଥାଉକି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଗ୍ରସ୍ତ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ବରୀ ଅଂଚଳର ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ସେ ମଧ୍ୟ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ କେଉଁ ଦିନ କେଉଁ ଡାକ୍ତର ଙ୍କ ଡିଉଟି ଅଛି ତାହା ସାର୍ବଜନୀନ ହେବା,ଡାକ୍ତର ପାଳି କରି ଆସିବା, ଅଂନ୍ତ ବିଭାଗରେ ଖାଦ୍ୟ ଦିଆଯାଉ ନ ଥିବା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ସବ୍ୟସାଚୀ ଦାସ ବାରମ୍ବାର ଅନୁପସ୍ଥିତ ରହିବା ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି ବୋଲି ଉପସ୍ଥିତ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ।ଏହାକୁ ଗୁରୁତ୍ବ ଦେଇ ଆଗାମୀ ଦିନରେ ସେବା ରେ ଯେମିତି ଅବହେଳା ନ ହୁଏ ତାହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ଦାସଙ୍କୁ ତାଗିଦ କରିଥିଲେ।ଏତଦ୍ବ୍ୟତୀତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ରୋଗୀ ମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ କ୍ଷେତ୍ରରେ ଅବହେଳା କରୁଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।