Hot Posts

6/recent/ticker-posts

ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କଲେ ପ୍ରିନ୍ସ ପ୍ରିୟା

ବରୀ, ୦୩/୦୨ ( ରଂଜିତ ମହାନ୍ତି ) : ବରୀ-ସେଣ୍ଟର ଫର ଏନଭିର୍ଣ୍ଣମେଣ୍ଟାଲ ଷ୍ଟଡ଼ିଜ ଆନୁକୂଲ୍ୟରେ ଆୟୋଜିତ ଶକ୍ତି କ୍ଲୁବ ଦ୍ୱାରା ପରିଚାଳିତ ପ୍ରକଳ୍ପ ପ୍ରତିଯୋଗିତା ରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର ର ଛାତ୍ରୀ ପ୍ରିନ୍ସ ପ୍ରୀୟା ସାମଲ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ସଫଳତା ର ସହିତ ଶ୍ରେଷ୍ଠ ଦଶ ଜଣ ରେ ସ୍ଥାନ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିବା ସହିତ ବରୀ ଅଂଚଳ ପାଇଁ ମଧ୍ୟ୍ୟ ଗୌରବ ଆଣିବାର ସୌଭାଗ୍ୟ ଲାଭ କରିଛନ୍ତି l ସୁଶ୍ରୀ ସାମଲ ବିଦ୍ୟାଳୟ ର ଜଣେ ମେଧାବୀ ଛାତ୍ରୀ l ତାଙ୍କ ପ୍ରକଳ୍ପ ସ୍ଥାଇ ଜୀବନ ଶୈଳୀ ଉପରେ ଆଧାରିତ ବହୁଳ ଭାବରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ଯଥା ଏହାର ବିକଳ୍ପ ଓ ସୁସ୍ଥ ନିରାପଦ ଯଥା ସ୍ଥାୟୀ ଜୀବନ ଶୈଳୀ ପାଇଁ କିଭଳି ଆମେ ସଚେତନ ହୋଇ ଆଗାମୀ ଦିନରେ ପରିବେଶ କୁ ସନ୍ତୁଳିତ ରଖିପାରିବା ସେ ବାର୍ତା ବହନ କରେ l ତାଙ୍କ ପ୍ରକଳ୍ପ ଟିର ସଂକ୍ଷିପ୍ତ ନାମ "ଟିକ ଟିକ ପ୍ଲାଷ୍ଟିକ" l ଉକ୍ତ ପ୍ରକଳ୍ପ ପ୍ରତିଯୋଗିତା ରେ ସେ ବ୍ଲକ ସ୍ତର ରେ ପ୍ରଥମ ପରେ ଜିଲ୍ଲା ସ୍ତରରେ ପ୍ରଥମ ଓ ତା ୩୧/୦୧/୨୦୨୬ ରିଖ ରେ ପି. ଏମ. ଶ୍ରୀ. ହାଇସ୍କୁଲ ଆଇ. ଆର. ସି. ଭିଲେଜ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଶ୍ରେଷ୍ଠ ଦଶ ଜଣ ରେ ସ୍ଥାନିତ ହେବାର ଗୌରବ ଅର୍ଜନ କରିଛନ୍ତି l ଉକ୍ତ ପ୍ରକଳ୍ପ ପାଇଁ ଗାଇଡ଼ ଶିକ୍ଷକ ଭାବରେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିତ୍ରା ଖୁଣ୍ଟିଆ, ନିର୍ମଳ ଚନ୍ଦ୍ର ବେହେରା ଓ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଜେନା ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥିଲେ l ଉକ୍ତ ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓ ଅଞ୍ଚଳବାସି ତାଙ୍କୁ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଓ ଭବିଷ୍ୟତ ପାଇଁ ପାଇଁ ଜଣେ କୁନି ବୈଜ୍ଞାନିକ ଭାବରେ ପ୍ରକଳ୍ପ ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାର ଓ ଏହାର କୁପରିଣାମ ର ବାର୍ତ୍ତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା l