Hot Posts

6/recent/ticker-posts

କବି କୁମାର ସରୋଜ ସମ୍ବଦ୍ଧିତ

ବରୀ, ୦୬/୦୨ ( ରଂଜିତ ମହାନ୍ତି ) : ମାଟି, ପାଣି, ପବନ ତଥା ପ୍ରକୃତିକୁ ନେଇ ଶଦ୍ଦ ସଂଯୋଜନା କରି ଯାଜପୁର ଜିଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କବି କୁମାର ସରୋଜଙ୍କୁ ବରୀ ବ୍ଲକ କୃଷ୍ଣ ନଗରସ୍ଥିତ ପୂଜ୍ୟ ପୂଜା ପରିଷଦ ପକ୍ଷରୁ ‘ଭାବତୀର୍ଥ' ସମ୍ମାନରେ ସମ୍ବଦ୍ଧିତ କରାଯାଇଛି। ବରୀ ବ୍ଲକ ଅରଙ୍ଗାବାଦ ଗ୍ରାମରେ ତାଙ୍କ ଘର। ପରିଷଦର ସଭାପତି ଡ. ଭାଗବତ ଶୁକ, ସମ୍ପାଦକ ଗୁରୁଚରଣ ମହାନ୍ତି ଓ ମୁଖ୍ୟ ଅତିଥ୍ ଶ୍ୟାମସୁନ୍ଦର ଦାସଜୀ ମହାରାଜ, ଶମ୍ଭୁନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ କୁମାର ସରୋଜଙ୍କୁ ସମ୍ବଦ୍ଧିତ କରିଥିଲେ।