Hot Posts

6/recent/ticker-posts

ବିଶ୍ୱନାଥପୁର ମଣ୍ଡଳ ବି.ଜେ.ପି ପରିବାର ତରଫରୁ ବିଭିନ୍ନ ସମସ୍ୟା କୁ ନେଇ ଲୋକସଭା ସାଂସଦ ଙ୍କ ସହ ଆଲୋଚନା

ଭବାନୀପାଟଣା, ୦୨/୦୬ ( ଶେଖର ସୁମନ ଦାଶ ) : ଆଜି ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଙ୍କ ବାସଭବନରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା, ଅଭିଯୋଗ ଓ ମତାମତ ବିଷୟରେ ଆଲୋଚନା ସହ ଲୋକଙ୍କ ସମସ୍ୟାର ଯଥାସମ୍ଭବ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ଏବଂ କିଛି ବିଷୟର ତୁରନ୍ତ ସମାଧାନ ମଧ୍ୟ କରାଯାଇ ଥିଲା । ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଶ୍ରୀମତୀ ସାଂସଦ ଙ୍କୁ ଭେଟି ଆଲୋକ ପାତ କରାଇବା ପାଇଁ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ସାଧାରଣ ସମ୍ପାଦକ ଗୌତମକୁମାର ନାଗ, ବିଶ୍ୱନାଥ ପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି, ଭଟାଙ୍ଗ ପଦର ଶକ୍ତିକେନ୍ଦ୍ର ପ୍ରମୁଖ ବବଲୁ ଶିକା, ମଣ୍ଡଳ ଉପସଭାପତି ଦେବ ପଟେଲ ଲାଞ୍ଜିଗଡ ମଣ୍ଡଳସଭାପତି . ନରେନ୍ଦ୍ର ବେହେରା, ଜିଲ୍ଲା ଉପ ସଭାପତି କୃଷକ ମୋର୍ଚ୍ଚା ଭାଗିରଥି ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ରହି ସାଂସଦ ଙ୍କ ସହ ଆଲୋଚନା କରିଥିଲେ ।


 କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।