ଭିକ୍ଷା ପିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ |
ଝରିଗାଁ, ୦୬/୦୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଭିକ୍ଷା ପଂଚାୟତରେ କାର୍ଯ୍ୟରତ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜହର ଗଣ୍ଡ ବିଦାୟ କାଳୀନ ନେଇଛନ୍ତି |ଏହି ଅବସରରେ ବିକ୍ଷା ପଂଚାୟତବାସୀ ବାଜା ବାଜଣା ସହିତ ବାଣ ଫୁଟେଇ ପିଇଓ ଙ୍କୁ ସାଙ୍ଗରେ ଘେନି ପଂଚାୟତ ପରିକ୍ରମା କରିଥିବା ଦେଖିବାକୁ ମିଳିଛି |ଗ୍ରାମରେ ସ୍ଥାନେ ସ୍ଥାନେ ମହିଳା ମାନେ ପିଇଓ ଙ୍କୁ ଅଟକାଇ ବନ୍ଦାପନା କରିବା ସହିତ ଫୁଲମାଳା ଓ ଉତ୍ତରୀୟ ଦେଇ ଛଳଛଳ ଆଖିରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣେଇଥିବା ଦେଖିବାକୁ ମିଳିଛି |ଠିକ ସେହିପରି ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗୋମତୀ ବଞ୍ଜାରାଙ୍କ ସଭାପତିତ୍ବରେ ଏକ ସଭାର ଅନୁଷ୍ଠିତ କରାଯାଇ ପଂଚାୟତର ସମସ୍ତ କର୍ମଚାରୀ ଓ ଜନସାଧାରଣ ପିଇଓ ଜହର ଗଣ୍ଡଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ତଥା ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣେଇଛନ୍ତି |ସରପଞ୍ଚ ଙ୍କ ଦ୍ୱାରା ଆୟୋଜିତ ଉକ୍ତ ସଭାରେ ଏଡିଓ ଦୀନେଶ କୁମାର ହାଲବା, ପୂର୍ବତନ ଏଡିଓ ରତନ କୁମାର ଦେ,ପୂର୍ବତନ ସରପଞ୍ଚ ରାକ୍ଷୀ ବଞ୍ଜାରା, ବେଳଗାଁ ସରପଞ୍ଚ ଥବିର ପୂଜାରୀ,ନାଏବ ସରପଞ୍ଚ କବିତା ବିଶ୍ୱାସ, ସମିତି ସଭ୍ୟ ଜଗା କଲାର, ପଂଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ ଜନସାଧାରଣ ଉପସ୍ଥିତ ରହି ରୁଷ୍ଠ କଣ୍ଠରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣେଇବା ସହିତ ତାଙ୍କ ସୁଖମୟ ଜୀବନର କାମନା କରିଛନ୍ତି |ପ୍ରକାଶ ଥାଉ କି, ପିଇଓ ଜହର ଗଣ୍ଡ 2013 ମସିହାରେ ଝରିଗାଁ ବ୍ଳକରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଇ ବକଡାବେଡା, ଧୋଡ୍ରା ଓ ଭିକ୍ଷା ପଂଚାୟତରେ କାର୍ଯ୍ୟ ତୁଲେଇ ଥିଲେ |ଭିକ୍ଷା ପଂଚାୟତରେ ସେ ଦୀର୍ଘ 9ବର୍ଷ ଧରି କାର୍ଯ୍ୟ ତୁଲେଇବା ପରେ ଆଜି ଚାକିରୀ ଜୀବନରୁ ଅବସର ନେଇଛନ୍ତି |ସେ ଜଣେ ମେଳାପୀ, ମିଷ୍ଟଭାଷୀ, କର୍ତଵ୍ୟ ନିଷ୍ଠା ଓ ଧର୍ମ ପରାୟଣ ବ୍ୟକ୍ତି ଅଟନ୍ତି |ଭିକ୍ଷା ପଂଚାୟତରେ କାର୍ଯ୍ୟ କରୁଥିବା ମଧ୍ୟରେ ପିଠା କାର୍ଯ୍ୟକ୍ରମ ପାଇଁ ପଂଚାୟତ ପ୍ରଥମ ପୁରସ୍କାର ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ପଂଚାୟତ 2ଥର ପୁରସ୍କୃତ ହୋଇଥିଲା |ଆଜି ତାଙ୍କ ସ୍ଥାନ ପୂରଣ ପାଇଁ ସୁପ୍ରିୟା ଜେନା ନାମକ ପିଇଓ କାର୍ଯ୍ୟରେ ଯୋଗ ଦେଇଛନ୍ତି |ପିଇଓ ଜହର ଗଣ୍ଡ ସବୁଦିନ ପାଇଁ ପଂଚାୟତବାସୀଙ୍କ ହୃଦୟରେ ରହିବେ ବୋଲି ମଞ୍ଚାସିନ କର୍ମଚାରୀ ମାନେ କହିଛନ୍ତି |