କୋରାପୁଟ, ୦୬/୦୨ ( ରଜତ ବାଘ ) : ଆଜି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାମନଯୋଡି ଶିଳ୍ପାଞ୍ଚଳର କ୍ଷତିଗ୍ରସ୍ତ ଓ ପାରିପାର୍ଶ୍ବିକ ଅଞ୍ଚଳର ପ୍ରଭାବିତ ଗ୍ରାମବାସୀଙ୍କ ହକ ଓ ଅଧିକାର ପାଇଁ ଏକ ଭବ୍ୟ ଜନଆନ୍ଦୋଳନର ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲାର ମେରୁଦଣ୍ଡ ସ୍ୱରୂପ କୋରାପୁଟ ବ୍ଲକ ଅନ୍ତର୍ଗତ ଦାମନଯୋଡି ଠାରେ ଅବସ୍ଥିତ ନାଲକୋ ପ୍ରକଳ୍ପ ଏସିଆ ମହାଦେଶର ସର୍ବବୃତମ ପ୍ରକଳ୍ପ, ଏହା ସ୍ଥାପିତ ହେଇ ଆଜିକୁ ପ୍ରାୟ **୪୬ ବର୍ଷ* ପୂର୍ତ୍ତି ହେଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଦାମନଯୋଡି ଶିଳ୍ପାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳର ସାର୍ବଭୌମ ବିକାଶ ବାଟବଣା ହୋଇଯାଇଛି। ନାଲକୋ ପକ୍ଷରୁ ଦିଆଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସହିତ ସମ୍ପୃକ୍ତ ପ୍ରତିଶ୍ରୁତିଗୁଡ଼ିକ ଆଜି *ମିଥ୍ୟା ପ୍ରତିଶ୍ରୁତିରେ* ପରିଣତ ହୋଇଛି। ଦାମନଯୋଡି ଓ ପାରିପାର୍ଶ୍ବିକ ଅଞ୍ଚଳର ଗ୍ରାମବାସୀମାନେ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏସିଆର ସର୍ବବୃହତ ଆଲୁମିନା ବିଶୋଧନ ପ୍ରକଳ୍ପ ଭାବେ ଦାମନଯୋଡି ଆଜି ବିଶ୍ୱ ଦରବାରରେ ପରିଚିତ,ହେଲେ ଦୁଃଖର ବିଷୟ ହେଉଛି ଯେ ଏହି ଭୂମିର ମୂଳ ଅଧିବାସୀ ଓ ପ୍ରଭାବିତ ଗ୍ରାମବାସୀ ଆଜି ମଧ୍ୟ ବିକାଶରୁ ବଞ୍ଚିତ। ଅଞ୍ଚଳର ବିକାଶ ନାମରେ ବିନାଶ ହେବା କଥା ପ୍ରକାଶ କରିଛନ୍ତି। ବର୍ତମାନ ପର୍ୟ୍ୟନ୍ତ ନାଲକୋ ତରଫରୁ ବାସ ଷ୍ଟାଣ୍ଡ ନାହିଁ, ଶୌଚାଳୟ ନାହିଁ। ଏହି ଅଞ୍ଚଳର ପିଲା ରୋଜଗାର ପାଇଁ ବାହାର ରାଜ୍ୟ ଦାଦନ ଖଟିବାକୁ ଯାଉଛନ୍ତି । ନାଲକୋର ବୈମାତୃକ ମନୋଭାବ ବିରୁଦ୍ଧରେ ଆଜି କଂଗ୍ରେସ କମିଟି ଜନ ଆନ୍ଦୋଳନ କରିଛି।
କୋରାପୁଟ ଜିଲ୍ଲାରୁ ରଜତ ବାଘ ଙ୍କ ରିପୋର୍ଟ ନବଦୂତ ନ୍ୟୁଜ ଓଡିଶା
