Hot Posts

6/recent/ticker-posts

ଏମ୍ ବିକେ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦ ଦିନିଆ କମ୍ପ୍ୟୁଟର ତାଲିମ

କଳାହାଣ୍ଡି, ୦୫/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜିଲ୍ଲାର ମ.ରାମପୁର ରେ ରହିଥିବା ଓଡ଼ିଶା ସରକାର ଙ୍କ ଦ୍ଵାରା ସ୍ଵୀୃକୃତିପ୍ରାପ୍ତ ବିକାଶ କମ୍ପ୍ୟୁଟର ଏକାଡେମୀ ଠାରେ ୨୦ ଦିନିଆ କମ୍ପ୍ୟୁଟର ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ ମିଶନ ଶକ୍ତି ର ଏମ୍ ବିକେ ମାନଙ୍କୁ ଦିଆଯାଉଛି । ଏହି ତାଲିମ ମ ରାମପୁର ବ୍ଲକ ମିଶନ ଶକ୍ତି ର ୧୯ ଜଣ ଏମ୍ ବୀକେ ମାନଙ୍କୁ ପ୍ରଦାନ କରାଯାଉଛି । ଓଡ଼ିଶା ସରକାର ଙ୍କ ଦ୍ଵାରା ମିଶନ ଶକ୍ତି ମହିଳା ଙ୍କୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଦ୍ବାରା ମାଗଣା ରେ ଏହି ତାଲିମ ଦିଆଯାଉଥିବା କହିଛନ୍ତି ଏ ଏଲ୍ ସି ଓର୍ଡିନେଟର ବିକାଶ ରଞ୍ଜନ ମହାରଣା । ଏହି ତାଲିମ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ମହାରଣା ।