Hot Posts

6/recent/ticker-posts

କୋରାପୁଟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା - ୨୦୨୬

କୋରାପୁଟ, ୫/୦୨ ( ବିପିନ କୁମାର ହିଆଲ ) : କୋରାପୁଟ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ୨୦୨୬ ର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ମେଳାରେ ୩୬ ଗୋଟି ନିଯୁକ୍ତି ଦାତ୍ତା ଓ ୧୦ ଗୋଟି ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ସଂସ୍ଥା ଅଂଶ ଗ୍ରହଣ କରିଥିଲେ। ବହୁ ଯୁବପିଢ଼ି ମଧ୍ୟରୁ ପ୍ରାୟ ୧୩୩୭ ଜଣ ଆଶାୟୀ ପ୍ରାର୍ଥୀ ପଞ୍ଜୀକୃତ କରିଥିଲେ । କିନ୍ତୁ ମେଳାର ଶେଷ ସୁଦ୍ଧା ଚୟନ ପ୍ରକ୍ରିୟାନୁସାରେ ବିଭିନ୍ନ ନିଯୁକ୍ତିଦାତାଙ୍କ ଦ୍ବାରା ୫୭୮ ଜଣ ପ୍ରାର୍ଥୀ ମନୋନୀତ ହୋଇଥିବା ବେଳେ ୩୭୬ ଜଣ ପ୍ରାର୍ଥୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇଁ ନିଜର ନାମ ପଞ୍ଜିକରଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମଟି ପୂର୍ବାହ୍ନ ୧୧: ଘଣ୍ଟିକାରେ ଶୁଭାରମ୍ଭ କରି କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ୍ ମହାଜନ ଓ ଭାରତୀୟ ସେନା ନିଯୁକ୍ତି କାର୍ଯ୍ୟଳୟ (ଗୋପାଳପୁର)ର ନିର୍ଦ୍ଦେଶକ କର୍ଣ୍ଣେଲ ଶ୍ରୀ ଗଗନଦୀପ ସିଂହ ନୂତନ ଯୁବପିଢିକୁ ଉତ୍ସାହିତ କରିଥିଲେ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା ଓ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ରଘୁରାମ ମାଛ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢିକୁ ସୁଯୋଗର ହାତ ଛଡା ନକରିବାକୁ ପ୍ରୋତ୍ସାହିତ କରିଥିଲେ । ଏବଂ ସଫଳପ୍ରାପ୍ତ ବ୍ୟକ୍ତିମାନଙ୍କୁ ପ୍ରଶଂସା ଓ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ନାନୋ ଉନିକୋର୍ଣ୍ଣ ତରଫରୁ ଉଦ୍ୟୋଗୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଜେନା ଓ ବାବୁଲା ଖିଲ ଓ ପି.ଏଲ.ଟି.ପି ଯୋଜନା ମାଧ୍ୟମରେ ବୈପାରିଗୁଡ଼ା ବ୍ଲକର ଶ୍ରୀମତୀ ସୁମିତ୍ରା ହରିଜନ ଟେକ୍ସଟାଇଲ ଶିଳ୍ପରେ ନିଯୁକ୍ତି ପାଇ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ବିବ୍ରାନ୍ତ ଇନ୍ଫୋଟେକ୍ କଲିକତା କମ୍ପାନୀରେ ସଫ୍ଟୱେର ଡେଭଲପର୍ ଓ ଟାଟା ଇଲେକ୍ଟ୍ରୋନିକ ଲିମିଟେଡ ହୋସୁର ଏବଂ ଇ.ଏସ.କେ ଓ ଟାଟା ଷ୍ଟ୍ରିଭ ଭଳିଆ କମ୍ପାନୀରେ ମଧ୍ୟ ମାସିକ ୧୭,୧୧୭ ରୁ ୧୯୦୦୦ ଟଙ୍କା ନିଯୁକ୍ତି ପତ୍ର ମାନ୍ୟବର ଅତିଥିମାନଙ୍କ କରକମଳର ଦ୍ଵାରା ଶ୍ରୀମତୀ ପୂଜା ଚୌଧୁରୀ, ବର୍ଷା ରାଣୀ ପ୍ରଧାନ ଓ କ୍ରୀଷ୍ଣା ଗୌଡ଼ଙ୍କୁ ପ୍ରଦାନ କରାଯାଇଛି । ଅବଶେଷରେ ଜିଲ୍ଲାପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଂଧ୍ୟା ୩ ଘଣ୍ଟିକ ସମୟରେ ଆନୁଷ୍ଠାନିକ ଭାବେ ସାଙ୍ଗ କରାଗଲା ।