ବ୍ୟବସାୟୀ ଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ଅଭିଯୋଗ।
କଳାହାଣ୍ଡି, ୦୫/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଞ୍ଚଳରେ ବଡ଼ ଧରଣ ଚୋରି ହୋଇଛି।ଆମପାଣି ଗ୍ରାମ ର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ଙ୍କ ଘରେ ବିଳମ୍ବିତ ରାତିରେ କଲାକନା ବୁଲେଇଛନ୍ତି ଚୋର। ବିଳମ୍ବିତ ରାତିରେ ଘରେ କେହି ନଥିବା ସୁଯୋଗ ନେଇ ଘରେ କଳାକାନା ବୁଲାଇଲେ ଦୁର୍ବୁର୍ତ୍ତ। ଗତକାଲି ପରିବାର ଲୋକେ ବିବାହ କାର୍ଯ୍ୟ ରେ ଯୋଗଦେବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ରାତି ରେ ଘରେ ପଶି ଥିଲେ ଦୁର୍ବୁର୍ତ୍ତ। ମାଲିକ ପରିବାର ରାତି ୧୧ ଟା ରେ ଘର କୁ ଫେରିବା ପରେ ଘରେ ଚୋରି ହୋଇଥିବା ଜାଣିବା ପରେ ଆମପାଣି ପୋଲିସ କୁ ସୂଚନା ଦେଇଥିଲେ। ଦୁର୍ବୁର୍ତ୍ତ ମାନେ ଘର ପଛପଟୁ ଲୁହା କବାଟ ଭାଙ୍ଗି ଘରେ ଥିବା ଆଲମୀରା ଫାଡ଼ି ନଗଦ ୩ ଲକ୍ଷ ଓ ୧୦ ଭରି ସୁନାଗହଣା ଚୋରି ହୋଇଥିବା ନେଇ ଘର ମାଲିକ ସନ୍ତୋଷ ସାହୁ ଆମପାଣି ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ