Hot Posts

6/recent/ticker-posts

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ " ଅପରେସନ ସଂସ୍କାର" କାର୍ଯ୍ୟକ୍ରମ ଜାରି ରହିବ - ଜିଲ୍ଲାପାଳ l

ନୂଆପଡ଼ା, ୨୦/୦୧ ( ସୁରେଶ ମହାନନ୍ଦ ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅବକାରୀ ବିଭାଗର ରାଜସ୍ବ ଆଦାୟ,ପ୍ରବର୍ତ୍ତନ କାର୍ଯ୍ୟକଳାପ ଏବଂ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରାଯାଇଥିଲାl ବିଦ୍ୟାଳୟ , ଜନବସତି , ରାସ୍ତା କଡ ଇତ୍ୟାଦି ଅଞ୍ଚଳରେ ଦୃଢ଼ ହସ୍ତରେ ଚୋରା ମଦ ବିକ୍ରୟ କେନ୍ଦ୍ର ସବୁ ତୁରନ୍ତ ବନ୍ଦ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାରେ " ଅପରେସନ ସଂସ୍କାର" କାର୍ଯ୍ୟକ୍ରମ ଜାରି ରହିବ ଏବଂ ଆଗାମୀ ଦିନରେ ଅବକାରୀ କାର୍ଯ୍ୟକଳାପ କେମିତି ଆହୁରି ସୁଦୃଢ ହୋଇ ଜିଲ୍ଲାରେ ଅବୈଧ ଚୋରା ମଦ,ଗଞ୍ଜେଇ, ନିଶା କାରବାର ଉପରେ ରୋକ୍ ଲାଗିପାରିବ ତଥା ଜନ ସଚେତନତା ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ମହୁଲ ଫୁଲ ସଂଗ୍ରହକାରୀ ମାନଙ୍କୁ ମହୁଲର ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ଜିଲ୍ଲାପାଳ ଆଶ୍ଵାସନା ଦେଇଥିଲେ l ବୈଠକରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ବିଭାଗର କାର୍ଯ୍ୟାବଳୀର ଖସଡ଼ା ଉପସ୍ଥାପନ କରିଥିଲେ l ସମୀକ୍ଷା ରୁ ଜଣା ପଡିଲା ଯେ, ଜିଲ୍ଲାରେ ୯୯ ଟି ସରକାରୀ ମାନ୍ୟତା ପ୍ରାପ୍ତ ଅବକାରୀ ଦୋକାନ ଅଛି l ୨୦୨୫ ବର୍ଷ ଶେଷ ସୁଦ୍ଧା ୧୫୧୯ ଗୋଟି ମାମଲା ଅନୁସନ୍ଧାନ କରାଯାଇ ୯୨୮ ଜଣଙ୍କୁ ଗିରଫ କରାଯାଇଛି l୫୭୭ ଜଣଙ୍କ ବିରୁଦ୍ଧରେ ଅବକାରୀ କେଶ୍ ରୁଜ୍ଜୁ କରା ଯାଇ କୋର୍ଟ ଚାଲାଣ କରାଯାଇଛି l ସେହିପରି ବିଗତ ବର୍ଷରେ ୨୮୧୬୧ ଲିଟର ଦେଶୀମଦ ,୮୬୯୧ ଲିଟର ବାହାର ଭାଟି ମଦ, ୭୪୫୪୪୦ ଲିଟର ମହୁଲ ପୋଚ୍, ୨୩୦ କୁଇଣ୍ଟାଲ ମହୁଲ ଫୁଲ, ଅବୈଧ ଅବକାରୀ ପରିବହନ ରେ ଲିପ୍ତ ୪୪ ଟି ଦୁଇ ଚକିଆ ଗାଡ଼ି, ୬ ଟି ଚାରି ଚକିଆ ଗାଡ଼ି ଜବତ ହୋଇଛି l ସମର୍ପିତ ଭାବରେ ଜିଲ୍ଲାରୁ ଅବୈଧ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l