ଏମ ଏସ କପ:ଉଦ୍ଘାଟନୀ ମ୍ୟାଚ ରେ ବାଜି ମାରିଲା ଗୋଳକୁଣ୍ଡ
ବରୀ, ୧୨/୦୧ ( ରଂଜିତ ମହାନ୍ତି ) : ବରୀ ଅଂଚଳର ସର୍ବ ପୁରାତନ ଉତ୍କଳ ଗୌରବ କ୍ରୀଡା ସଂସଦ,ବାଲିବିଲର ୩୭ତମ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ ହୋଇଯାଇଛି।ଉକ୍ତ ଉଦ୍ଘାଟନୀ ଉତ୍ସବକୁ କ୍ରୀଡା ସଂସଦର ସଭାପତି ଶୁଭ୍ରାଂଶୁ ସାମଲ ଉଦ୍ଘାଟନ କରିଥିଲେ।ପ୍ରଥମ ଦିନର ଖେଳା ବାଟମଙ୍ଗଳା କ୍ରିକେଟ କ୍ଲବ ଗୋଳକୁଣ୍ଡ ଓ ଆର ସି ଏ ପାରାଦୀପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ସୂଚନାଯୋଗ୍ୟ ପ୍ରଥମେ ଟସ ଜିତି ଆର ସି ଏ ପାରାଦୀପ ୧୭.୪ ଓଭର ଖେଳି ୧୬୪ ରନ କରି ଅଲଆଉଟ ହୋଇଥିଲା।ପ୍ରତି ଜବାବରେ ଗୋଳକୁଣ୍ଡ ୧୮.୧ ଓଭର ରେ ୬ ୱିକେଟ୍ ହରାଇ ୧୬୮ ରନ କରି ବିଜୟୀ ହୋଇଥିଲା।ପାରାଦୀପ ପକ୍ଷରୁ ସନ୍ତୋଷ ପଟ୍ଟନାୟକ ସର୍ବାଧିକ ୫୮ ରନ ସଂଗ୍ରହ କରିଥିବା ବେଳେ ଓମ ପ୍ରକାଶ ସାମଲ ୪ ଟି ୱିକେଟ ଅକ୍ତିଆର କରିଥିଲେ।ଅନ୍ୟ ପକ୍ଷରେ ଗୋଳକୁଣ୍ଡ ତରଫରୁ ରତ୍ନାକର ମଲ୍ଲିକ ଦ୍ରୁତ ୫୮ ରନ ର ଇଂନିସ ଖେଳି ପାରାଦ୍ୱୀପ ହାତ ରୁ ମ୍ୟାଚ ଛଡାଇ ନେଇଥିଲେ।ଦଳ ତରଫରୁ ବିଭୁତି ଭୂଷଣ ଭୂୟାଁ ୧୯ ଟି ବଲ ରେ ୨୩ ରନ ଓ ୪ ଓଭର ରେ ୨୬ ରନ ବ୍ୟୟ କରି ୩ ଟି ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଉଦ୍ଘାଟନୀ ମ୍ୟାଚ୍ ରେ ଜ୍ଞାନ ରଞ୍ଜନ ସ୍ୱାଇଁ ଓ ପ୍ରଶାନ୍ତ ରାଉତ ଖେଳ ପରିଚାଳନା କରିଥିବା ବେଳେ ଅଜୟ ସାମଲ,ଅଶ୍ଵିନୀ ସାମଲ,ସ୍ମୃତି ରଞ୍ଜନ ସାମଲ,ଦେବ କଲ୍ୟାଣ ନାଥ,ବିଭୁ କଲ୍ୟାଣ ନାଥ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରର ଭାବେ ସ୍ନେହାସିଶ ସାମଲ,ସଞ୍ଜୟ ବେହେରା,ସମ୍ବିତ ସାମଲ,ପ୍ରତୀକ ସ୍ୱାଇଁ ଓ ଅମରେଶ ନାଥ ସହଯୋଗ କରିଥିବା ବେଳେ କ୍ରୀଡା ସଂସଦର ସଦସ୍ୟ ସୁଧାଞ୍ଜୟ ସାମଲ,ପ୍ରିୟ ରଞ୍ଜନ ସାମଲ,ଭକ୍ତି ପ୍ରସାଦ ସାମଲ, ଦେବାଶିଷ ସାମଲ,ପୃଥ୍ୱୀରାଜ ସାମଲ,ଅନୁରାଗ ସାମଲ,ଅନାଦି ନାୟକ ପ୍ରମୁଖ ସହଯୋଗ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।