ଆହାର କେନ୍ଦ୍ର ପରିଦର୍ଶନ ସହ ଖାଦ୍ୟ ଖାଇ ଖାଦ୍ୟର ମାନ ଦେଖିଲେ ବିଧାୟକ
କନ୍ଧମାଳ, ୧୧/୦୧ ( ଅଚ୍ୟୁତ ଜାନି ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ଶନିବାର ଦିନ ଅପରାହ୍ନରେ ଫୁଲବାଣୀ ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ଭିତରକୁ ଯାଇ ପରିଦର୍ଶନ କରିବା ସହିତ ବ୍ୟବସ୍ଥାର ତଦାରଖ କରିଛନ୍ତି । ସେଠାରେ ଆହାର ଖାଇ ଖାଦ୍ୟର ମାନ ଦେଖିବା ସହିତ ଲୋକ ମାନଙ୍କୁ ପଚାରି ବୁଝିଥିଲେ । ଏହାପରେ ବସଷ୍ଟାଣ୍ଡର ଟିକେଟ ବୁକିଂ ଏଜେଣ୍ଟ ମାନଙ୍କ ସହିତ ଆଲୋଚନା କରି ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ । ପାନୀୟ ଜଳର ଅସୁବିଧା, ନୂଆଁ ଯାତ୍ରୀ ବିଶ୍ରାମଗାର ରେ ପାଣି ଗଳୁଥିବା ଓ ରାତିରେ ଶୌଚାଳୟ ବନ୍ଦ ରହୁଥିବାରୁ ଯାତ୍ରୀମାନେ ସମସ୍ୟା ସମ୍ମୁଖୀନ ହେଉଥିବା ବିଷୟରେ ଅବଗତ କରିଥିଲେ । ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ।