Hot Posts

6/recent/ticker-posts

ଥେରୁବାଲିରେ ବଜରଙ୍ଗ ଦଳ ବୈଠକ,ନୂତନ ଦାୟିତ୍ୱ ଘୋଷଣା ।

ରାୟଗଡ଼ା, ୧୨/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା କୋଲନାରା ବ୍ଲକ ଅନ୍ତର୍ଗତ ଥେରୁବାଲି ପଞ୍ଚାୟତର ମା ମାଝୀଗୌରିଆଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ କରିବା ଓ ସ୍ଥାନୀୟ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ନେଇ ଆଲୋଚନା ହୋଇଥିଲା। ସେଥିସହ ଥେରୁବାଲି ପଞ୍ଚାୟତ ପାଇଁ ବଜରଙ୍ଗ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଘୋଷଣା କରାଗଲା। ନୂତନ ଦାୟିତ୍ୱପ୍ରାପ୍ତ ଭାବେ କାର୍ଯ୍ୟକର୍ତ୍ତା ବଜରଙ୍ଗ ଦଳ ସଂଯୋଜକ: ପିଣ୍ଟୁ ହୁଇକା,ସହ-ସଂଯୋଜକ:ବଂଶୀ ପାଣିଗ୍ରାହୀ,ମିଳନ କେନ୍ଦ୍ର ପ୍ରମୁଖ: ରାକେଶ ପାଣିଗ୍ରାହୀ, ସୁରକ୍ଷା ପ୍ରମୁଖ: କ୍ଷୀରଦ କରକରିଆ,ଗୋ ସୁରକ୍ଷା ପ୍ରମୁଖ: ଦୀପକ କୁମାର ପଣ୍ଡୁ,ସହ ଗୋ ସୁରକ୍ଷା ପ୍ରମୁଖ: ନବୀନ କାଶୀ,ବଳ ଉପାସନା ପ୍ରମୁଖ: ସଙ୍କର ହୁଇକା, ବିଦ୍ୟାର୍ଥ ପ୍ରମୁଖ: ପୱନ ସେନାପତି ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଡ଼. ବାବୁରାଓ ମହାନ୍ତି, ଜିଲ୍ଲା ସହ-ସଂପାଦକ ଗୋପୀନାଥ ବ୍ରହ୍ମା, ଜିଲ୍ଲା ଉପସଭାପତି ଆନନ୍ଦ ରାଓ, ଜିଲ୍ଲା ସତସଙ୍ଘ ପ୍ରମୁଖ ସୁଶାନ୍ତ ପ୍ରଧାନ, ବଜରଙ୍ଗ ଦଳ ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା,ବଜରଙ୍ଗ ଦଳ କାର୍ଯ୍ୟକର୍ତା ବି.ରାଜେଶ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ଦାୟିତ୍ୱ ଓ ଲକ୍ଷ୍ୟ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ବୈଠକଟି ହିନ୍ଦୁ ସମାଜର ସେବା ଓ ସଂଗଠନର ସୁଦୃଢତା ପାଇଁ ସଙ୍କଳ୍ପ ସହ ସଫଳତାର ସହିତ ସମାପ୍ତ ହୋଇଥିଲା।