Hot Posts

6/recent/ticker-posts

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫-୨୬ ଉଦଯାପିତ

ନବରଙ୍ଗପୁର, ୧୨/୦୧ ( ଶେଖର ଖୁରା ) ଚଳିତ ୨୦୨୫-୨୬ ବର୍ଷ ପାଇଁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆଜି ମଣ୍ଡେଇ ପଡିଆ ନବରଙ୍ଗପୁର ଠାରେ ଉଦଯାପିତ ହୋଇଅଛି।ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ୱଜିତ ବର୍ମନ ଏବଂ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା ସ୍ୱାଗତ ଭାଷଣ ସହ ଆଜିର ଉଦଯାପନୀ ସଭାର ଶୁଭାରମ୍ଭ କରିଥିଲେ । ଏହି ମେଳାରେ ସର୍ବମୋଟ ୪ କୋଟି ୫୦ ଲକ୍ଷ ଟଙ୍କାର ଯନ୍ତ୍ରପାତି ନିମନ୍ତେ ଆଗୁଆ ବୂକିଙ୍ଗ ହେବା ସହ ଚାଷୀ ମାନେ ୯୭ ଲକ୍ଷର ସରକାରୀ ରିହାତି ପାଇଛନ୍ତି। ଜିଲ୍ଲାର ୧୦ଜଣ ସଫଳ ଚାଷୀ, ୧୦ଜଣ କୃଷି ଅଧିକାରୀ ଓ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନ୍ୟବର ବିଧାୟକ ମହୋଦୟ ଓ ଜିଲ୍ଲାପାଳ ମହୋଦୟ ମଞ୍ଚ ଉପରେ ସମ୍ମାନିତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ଶେଷରେ ଧନ୍ୟବାଦ ଜ୍ଞାପନ କରି ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ସମାପ୍ତ କରିଥିଲେ। ଶେଖର ଖୁରା ଜିଲ୍ଲା ପ୍ରତିନିଧି ନବରଙ୍ଗପୁର