Hot Posts

6/recent/ticker-posts

“୭୭ ବର୍ଷରେ ମହାନ ମାନବିକତା: ଦେହାନ୍ତ ପରେ ଆଖି ଦାନ କରି ଉଦାହରଣ ସୃଷ୍ଟି କଲେ ବୈଷ୍ଣବ ଚରଣ ଜେନା”

ବରୀ, ୧୨/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଧାରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଥପୁର ଗ୍ରାମର ବୈଷ୍ଣବ ଚରଣ ଜେନା (୭୭)ଙ୍କର ଆଜି ସକାଳ ୪.୩୦ ମିନିଟ୍‌ରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେହାନ୍ତ ଘଟିଛି l ତାଙ୍କ ଦେହାନ୍ତ ପରେ ପରିବାର ପକ୍ଷରୁ କଟକ ଡାକ୍ତରଖାନାକୁ ତାଙ୍କର ଆଖି ଦାନ କରାଯାଇଛି, ଯାହା ଏକ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ମାନବିକ ପଦକ୍ଷେପ। ଏହି ମହାନ କାର୍ଯ୍ୟରେ ରାଜୁ ଭାଇ ଓ ତାଙ୍କ ପୁଅ ଗଣେଶ ଜେନା ମୋର ସହଯୋଗ ଲୋଡ଼ିଥିବାରୁ, ମୁଁ ତାଙ୍କ ସମଗ୍ର ପରିବାର ପ୍ରତି ହୃଦୟରୁ କୃତଜ୍ଞତା ଜଣାଉଛି। ମରଣ ପରେ ମଧ୍ୟ ଅନ୍ୟ ଦୁଇଜଣଙ୍କ ଜୀବନକୁ ଆଲୋକିତ କରିବା ଏକ ମହାନ ଦୃଷ୍ଟାନ୍ତ। ଆଖି ଦାନ ମହାନ ଦାନ