ଇତିହାସ ଅଧ୍ୟାପକ ରାମଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗ ,ବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ।
କନ୍ଧମାଳ, ୧୦/୦୧ ( ଅଚ୍ୟୁତ ଜାନୀଙ୍କ ରିପୋର୍ଟ ) : କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟ ଲାଇନ ପଡା ଇତିହାସ ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କ ବିୟୋଗ ବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନ ପଡା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ପ୍ରଧାନ(୫୬)ଙ୍କ ଗୁରୁବାର ଦିନ ପୂର୍ବାହ୍ନ ପ୍ରାୟ ୮ ଘଣ୍ଟିକା ସମୟରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ହୋଇଛି । ସେ ତା- ୦୩/୦୮/୧୯୯୮ ମସିହା ଠାରୁ କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଆସୁଥିଲେ । ସେ ଜଣେ ସରଳ ଭାଷୀ, କାର୍ଯ୍ୟତତ୍ପର, ମିଷ୍ଟଭାଷୀ ମେଳାପୀ ଅଧ୍ୟାପକ ଥିଲେ ତାଙ୍କର ବିୟୋଗରେ ବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହାକୁ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ମଲିକଙ୍କ ନେତୃତ୍ବରେ ବିଦ୍ୟାଳୟ ଠାରେ ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ନିରବ ପ୍ରାର୍ଥନା ଏବଂ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।