ମନରେଗା ଯୋଜନା କୁ କେନ୍ଦ୍ର ସରକାର ପୁନଃ ପ୍ରଚଳନ କରାନଗଲେ ଜନ ଆନ୍ଦୋଳନ ହେବ
ଭବାନିପାଟଣା, ୧୦/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦିର୍ଘ କୋଡ଼ିଏ ବର୍ଷ ପୂର୍ବରୁ କେନ୍ଦ୍ର ର ମନମୋହନ ସିଂ ସରକାର ଶ୍ରମିକ ମାନଙ୍କ କଲ୍ଯାଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମନରେଗା ପ୍ରଣୟନ କରି ଦେଶର ଶ୍ରମିକ ମାନ ଙ୍କୁ ବାର୍ଷିକ 100 ଦିନର ନିଶ୍ଚିତ ଯୋଜନା ଯୋଗାଇ ଦେଉଥିଲେ. ହେଲେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନା କୁ ବନ୍ଦ କରି ଦେଇ ଏକ ନୂତନ ରାମଜୀ...ଯୋଜନା ଯାହା ପ୍ରଣୟନ କରିଛନ୍ତି ତାକୁ ଦେଶ ରେ ଜାତୀୟ କଂଗ୍ରେସ ଘୋର ବିରୋଧ କରି ଦେଶ ସାରା ଜନ ପ୍ରତିକ୍ରିୟା ପାଇଁ ଆହ୍ଵାନ ଦେଇ ପ୍ରତିବାଦ ଚାଲିଛି. ଏହି ପରିପ୍ରେକ୍ଷୀରେ ଓଡିଶା କଂଗ୍ରେସ ଦଳ ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲା ରେ କଂଗ୍ରେସ ଆନ୍ଦୋଳନ ଜାରି ରଖିଛି. ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ଏହି ମନରେଗା ଯୋଜନାର ପୁନଃ ପ୍ରଚଳନ, ଦୁଇ ଚାରି ଚକିଆ ଯାନ ଠାରୁ ପ୍ରଦୂଷଣ ପ୍ରମାଣ ପତ୍ର ନାମରେ ବେନିୟମ ଅର୍ଥ ଆଦାୟ କରାଯାଉଥିବା, ଟାଟା କମ୍ପାନୀ ବିଦ୍ୟୁତ୍ ଉପଭୋକ୍ତ ଙ୍କ ଠାରୁ ଅତିରିକ୍ତ ଶୁଳ୍କ ଆଦାୟ କରୁଥିବା ଘଟଣା କୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ନେତାମାନେ ବିଜେପି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୁ ସମାଲୋଚନା କରି ମତବ୍ୟକ୍ତ କରିଥିଲେ. ଜିଲା କଂଗ୍ରେସ ସଭାପତି ଜଳନ୍ଧର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ନାଏକ, ପୁର୍ବତନ ଜିଲା ସଭାପତି ଭାରତ ଭୂଷଣ ବେମାଲ, ମହିଳା ନେତ୍ରୀ ଦ୍ରୌପଦୀ ମାଝୀ ପ୍ରକାଶ କରିଥିଲେ ଯେ କେନ୍ଦ୍ର ର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଶ୍ରମିକ ଙ୍କ ଆର୍ଥିକ ସ୍ଵଚ୍ଛଳ ବୃଦ୍ଧି ଏବଂ ଦାଦନ ରୋକିବା ନେଇ କରିଥିବା ଯୋଜନା କୁ କେନ୍ଦ୍ର ସରକାର ବନ୍ଦ କରି ଶ୍ରମିକ ମାନଙ୍କ ଆର୍ଥିକ ସ୍ଵଚ୍ଛଳ ବଦଳ ରେ ହଇରାଣ କରିବାକୁ କରିଥିବା ଯୋଜନା କୁ ତୁରନ୍ତ ବନ୍ଦ କରାଯାଉ. ମନ୍ଦିର ରେ କୀର୍ତନ କରିଦେଲେ ଲୋକଙ୍କ ପେଟ ପୁରି ଯାଏ ତେବେ କିଛି କହିବାର ନାହି. ଏହି ସରକାର ଗୋଟିଏ ଦୀର୍ଘକାଳୀନ ବିକାଶ ଯୋଜନା କୁ ବନ୍ଦ କରି ଧର୍ମ ନାମରେ ରାଜନୀତି କୁ ସମାଲୋଚନା କରି ମନରେଗା ଯୋଜନା କୁ ପୁନଃ ପ୍ରଚଳନ ପାଇଁ କହିଥିଲେ. ସେହିପରି ବାୟୁ ପ୍ରଦୂଷଣ ନାମରେ ରାଜ୍ଯ ର ବିଜେପି ସରକାର ଦୁଇ ଚକିଆ ଓ ଚାରି ଚକିଆ ଯାନ ଠାରୁ ବେନିୟମ ଅର୍ଥ ଆଦାୟ କୁ ବିରୋଧ କରିଥିଲେ. ରାଜ୍ଯ ର କଳକାରଖାନା, ଶିଳ୍ପାନୁଷ୍ଠାନ ଗୁଡିକ ଅଧିକ ବାୟୁ ପ୍ରଦୂଷଣ କରୁଥିବା ବେଳେ ସେମାନଙ୍କ ପ୍ରତି କାର୍ଯାନୁଷ୍ଠାନ ବଦଳ ରେ ନୀରବ ରହିଛନ୍ତି. ବେନିୟମ ଅର୍ଥ ଆଦାୟ ର ଯୋଜନା କରି ଦୁଇ ଚକିଆ ଯାନ ଠାରୁ ଆରମ୍ଭ ହୋଇଥିବା ବେନିୟମ ଅର୍ଥ ଆଦାୟ ର ଘୋର ବିରୋଧ କରିଥିଲେ. ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଟାଟା କମ୍ପାନୀ ଅତିରିକ୍ତ ଶୁଳ୍କ ଆଦାୟ ନାମରେ ବେନିୟମ ଅର୍ଥ ଆଦାୟ କରୁଛି. ନିର୍ବାଚନ ପୂର୍ବରୁ ବିଜେପି ର ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓଡିଶା ରେ ବିଜେପି ସରକାର କ୍ଷମତାକୁ ଆସିଲେ ବିଦ୍ୟୁତ ଉପଭୋକ୍ତା ପିଛା 300 ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇ ଦେବାକୁ. କିନ୍ତୁ କ୍ଷମତାକୁ ଆସିବା ପରେ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ବଦଳରେ ଉପଭୋକ୍ତାଙ୍କ ଠାରୁ ଟାଟା କମ୍ପାନୀ ଶୋଷଣ କରୁଛି. ଏଣୁ ଜନ ଜାଗରଣ ପାଇଁ କଂଗ୍ରେସ ଦଳ ଫେବୃଆରୀ ମାସ ପର୍ୟ୍ୟନ୍ତ କ୍ୟାଲେଣ୍ଡର୍ ହିସାବରେ ଆନ୍ଦୋଳନ ଓ ସଚେତନ ଜାରି ରଖିବ ବୋଲି ପ୍ରକାଶ କରିଥିଲେ. ଏହି ସାମ୍ବାଦିକ ସମିଳନୀରେ ଜିଲା ଉପସଭାପତି ଉତ୍ସବ ସାହୁ, ସୁକାନ୍ତି ସରାଫ, ସୁକାନ୍ତ ବିଶି ବ୍ରଜ ମୋହନ ସାହୁ, ଲଷ୍ମୀ ପ୍ରିୟା ନାୟକ, ସୈଭାଗ୍ୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ.
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ