ପାଇକମାଳ, ୧୦।୧ ( କୃଷ୍ଣ ଚନ୍ଦ୍ର ସାହୁ ) : ପାଇକମାଳ ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ନିଦାନ କେନ୍ଦ୍ର ଶୁଭ ଉଦଘାଟିତ ରବିବାର ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଫିତା କାଟି ନଡ଼ିଆ ବାଡେଇ ଭଗବାନ ଧାନମନ୍ତରି ଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ କ୍ରିଷ୍ଣା ଡାଇଗ୍ନୋଷ୍ଟିକ ଷ୍ଟେଟ ଅପରେସନ ମୁଖ୍ୟ ରାଜେନ୍ଦ୍ର ଜେନା, ସନ୍ତୋଷ ସାହୁ, ବରିଷ୍ଠ ଚିକିତ୍ସା ଡ ଅଜିତ ଦରଜୀ ଯୋଗଦେଇ ନିଜସ୍ୱ ଅଭିଭାଷଣ ରଖି ଥିଲେ । ମୁଖ୍ୟ ଅତିଥି ଲୋକପ୍ରିୟ ସାଂସଦ ଶ୍ରୀପୁରୋହିତ ଆଗାମୀ କିଛି ଦିନରେ ଏଠାରେ ଗୋଟିଏ ଏକ୍ସରେ ମେସିନ ବସିବ, ଆଜିଠାରୁ ଏଠାରେ ୧୬ ପ୍ରକାର ମାଗଣା ଟେଷ୍ଟ ରୋଗୀ ମାନଙ୍କର ହେବ, ପରବର୍ତୀ ପର୍ଯ୍ୟାୟ ରେ ୨୨ଟି ରକ୍ତ, ମଳ, ମୂତ୍ର ଇତ୍ୟାଦି ର ପରୀକ୍ଷା କରାଯିବ, ଷ୍ଟାଫ ମାନଙ୍କ ପାଇଁ ତିନି କୋଟି ଟଙ୍କା ବ୍ୟୟ ରେ କ୍ୱାଟର ନିର୍ମାଣ ହେବ,୬କୋଟି ଟଙ୍କା ବ୍ୟୟ ରେ ପୁଣି ୨୫ ବେଡେଡ଼ ହସ୍ପିଟେଲ ନିର୍ମାଣ ହେବାସହ ମେଡ଼ିସିନାଲ ଗଛ ରୋପଣ କରା ଯିବ, ବୋଲି କହିବା ସହ ଡାକ୍ତରଖାନା ର ଷ୍ଟାଫ୍ଫ ମାନଙ୍କୁ ରୋଗୀ ମାନଙ୍କସହ ମିଠା କଥା କହି ଠିକ ଚିକିତ୍ସା କଲେ ଦିନେ ଆମର ଏହି ଆୟୁର୍ବେଦ ଚିକିତ୍ସାଳୟ ବହୁତ ନାମ ରଖିବ ବୋଲି କହିଥିଲେ, ବଗିଚାରେ ଏକ ଆମ୍ବ ବୃକ୍ଷ ରୋପଣ କରିଥିଲେ ଏବଂ ପ୍ରଥମ କରି ନିଜେ ତାଙ୍କର ରକ୍ତ ପରୀକ୍ଷା କର।ଇ ଥିଲେ ।ଏହି ସଭାରେ ସରକାରୀ ଆୟୁବେଦ ଉପ ଅଧିକ୍ଷକ ଡ଼ ଶରତ କୁମାର ବେହେରା ସଭାପତିତ୍ୱ କରିଥିଲା ବେଳେ ଏଥିରେ ଡ଼ ଶ୍ରୀକାନ୍ତ ନାଗ, ଡ଼ ଶ୍ରୀକାନ୍ତ ରାଉତ, ଡ଼ ସ୍ବାଗତିକା ପ୍ରଧାନ, ଡ଼ ନିରୂପମା ନାୟକ ଉପସ୍ଥିତ ଥିଲେ । ଡ଼ ଲେବିୟ ସାଗର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ପାଇକମାଳ ର ଅନେକ ବୁଦ୍ଧିଜୀବୀ, ସାମ୍ବାଦିକ, ତଥା ଅନେକ ପୁରୁଷ, ମହିଳା ଓ ଚିକିତ୍ସାଳୟ ର ସମସ୍ତ ଷ୍ଟାଫ ଯୋଗ ଦେଇ ଥିଲେ।ଶେଷରେ ଡ଼ ମୂରଲୀଧର ବାଗ ଧନ୍ୟବାଦ ଦେଇଥିଲେ ।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ

