କାଳୀମୁଖୀ ପୋକ ଖାଇଗଲା ଫସଲ
ବରୀ, ୧୧/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଲୋକମାନେ ମୁଖ୍ୟତ ଚାଷ ଉପରେ ନିର୍ଭର କରିଥାନ୍ତି । ଏବେ ଫସଲରେ କାଳୀମୁଖୀ ପୋକ ଲାଗିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି | ପଞ୍ଚାୟତର ବୋଦୁଅ, କୁମ୍ଭୀକା, କନ୍ତିଆ, ସରବାର ଚଷୀଙ୍କ ଏକର ଏକର ଚାଷଜମି ରେ ଏଭଳି ଅବସ୍ଥା ଦେଖୁବାକୁ ମିଳିଛି। ଜମିରେ ବିରି, କୋଳଥ, ବାଦାମ, ପୋଟଳ, ଧଣିଆ, ବିଲାତି, ଆଳୁ, କଞ୍ଚା ଲଙ୍କା ଚାଷ କରିଥିବା ବେଳେ କାଳୀମୁଖୀ ପୋକଲାଗି ପତ୍ରକୁ ଖାଇଯାଇଛି । ଚାଷୀ ହଜାର ହଜାର ଟଙ୍କା ଋଣ ଓ ହାତ ଉଧାରୀ କରି ବାଦାମ ଚାଷ କରିଥିବା ବେଳେ ପୋକ ଖାଇଯିବାରୁ ଚିନ୍ତାରେ ଚାଷୀ। ସରକାର ପକ୍ଷରୁ ସାହାଯ୍ୟ ପାଇଁ ଦିବ୍ୟ ଲୋଚନ ଧଳ, ସୁବ୍ରତ କୁମାର ଧଳ, ବିଜୟ କୁମାର ଧଳ, ବିରଜା ପ୍ରସାଦ ଧଳ, ଗିରିଶ ଚନ୍ଦ୍ର ଧଳ, ଦର୍ପ ନାରାୟଣ ଧଳ, ପ୍ରମୋଦ କୁମାର ଧଳ, ଗୋକୁଳି ଚନ୍ଦ୍ର ଧଳ ସମେତ ବହୁ ଚାଷୀ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଜ୍ୟୋତିମୟୀ ବେହେରା କୁହନ୍ତି ପୋକଲାଗୁ ଥିବା କ୍ଷେତରେ ଚାଷୀମାନଙ୍କୁ ଡିଲର ପଏଣ୍ଟରୁ ସବସିଡରେ ଔଷଧ ନେଇ ପକାଇଲେ ପୋକ ମରିଯିବେ ବୋଲି କହିଛନ୍ତି ।