ସୋନପୁର କଲେଜର ପୂର୍ବତନ ଛାତ୍ର ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୯/୦୧ ( ଲାଲ ବିହାରୀ ମାଝୀ ) : ସୋନପୁର ପଟାଭାଡ଼ି ସ୍ଥିତ ଲୋକନାଥ ମନ୍ଦିର ପାଖ ଫରେଷ୍ଟ ନର୍ସରୀ ଠାରେ ସୋନପୁର କଲେଜର ପୂର୍ବତନ ଛାତ୍ର ସଂଘର ଏକ ବନ୍ଧୁମିଳନ କାର୍ଯକ୍ରମ ତଥା ଜରୁରୀ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋନପୁର ତଥା ପଡ଼ୋଶୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପୂରାତନ ଛାତ୍ରମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ତଥା ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀ ନେଇ ଆଜି ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସଂଘର ସମ୍ପାଦକ ଭାରତ ଭୂଷଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏବଂ ସୁଦାମ ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ସଭାରେ ସରକାରୀ ମାନ୍ୟତା ଦାବୀ ସଙ୍ଗେ ସଙ୍ଗେ କଲେଜର ବିଭିନ୍ନ ସମସ୍ୟା ବିଷୟରେ ସହର ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ସଭ୍ୟ ନିଜ ନିଜର ମତାମତ ରଖିଥିଲେ । ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ରାଜ୍ୟ ସରକାର ଯଦି ଉକ୍ତ କଲେଜର ସମସ୍ତ ଦାବୀ ଉପରେ ଗୁରୁତ୍ବ ପ୍ରଦାନ ନ କରିବେ ତାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ବିଭିନ୍ନ ଛାତ୍ର ନେତା ରଣ ହୁଙ୍କାର ଦେଇଥିବା ଜଣାପଡ଼ିଛି । ଏବଂ ବିଗତ ଦିନରେ ଆଲୁମିନୀ ସଙ୍ଘ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପର୍ଯ୍ୟଲୋଚନା ହୋଇଥିଲା। ଆଜିର ଏହି ବୈଠକରେ ବରିଷ୍ଠ ସଦସ୍ୟ ଶ୍ରୀଧର ବାଘ, ପ୍ରବୀଣ ତ୍ରିପାଠୀ, ପଠାଣ କୁମାର ପଣ୍ଡା, ଗତିକୃଷ୍ଣ ମିଶ୍ର, ଗୋପାଳ ବରାଇ, ରାମକୃଷ୍ଣ ଦାସ, ଶୁଭ୍ରାଂଶୁ ଶେଖର ମିଶ୍ର, ଶ୍ୟାମ ଓମ୍ ପ୍ରାସାଦ ମିଶ୍ର, ଦୁର୍ଯ୍ୟୋଧନ ସାହୁ, ମନୋରଞ୍ଜନ ତ୍ରୀପାଠୀ, ବିଶ୍ଵ ରଞ୍ଜନ ପୁଝାରୀ, ରାଜ କିଶୋର ତ୍ରିପାଠୀ, ଲବ ସାହୁ, ଶେଷ ନାରାୟଣ ବହିଦାର, ସୁଧିର ପଣ୍ଡା, ଶାଶ୍ଵତ ମିଶ୍ର, ସରୋଜ ପଧାନ, ପ୍ରଫୁଲ୍ଲ ନାଏକ, ମହାଦେବ ମଲ୍ଲିକ, ଉମେଶ କୁମ୍ଭାର, ଧର୍ମେନ୍ଦ୍ର ଥନାପତି, ଜ୍ୟୋତିର୍ମୟ ପାଣିଗ୍ରାହୀ ପ୍ରମୁଖ ୭୦ ରୁ ଊର୍ଦ୍ଧ୍ବ ଛାତ୍ର ଯୋଗ ଦେଇଥିଲେ ।