Hot Posts

6/recent/ticker-posts

ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ତୁରନ୍ତ ମରାମତି ଦାବି

ବରୀ, ୨୭/୦୧ ( ରଂଜିତ ମହାନ୍ତି ) : ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ବରୁଆଁ-ବରୀ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇ ପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଖାଲ ଖମାରେ ପୂର୍ଣ୍ଣ ହୋଇଛି । ଦୀର୍ଘ ଦିନ ହେଲା ଏହାର ମରାମତି ପ୍ରତି ପୂର୍ତ୍ତ ବିଭାଗ ନଜର ନଦେବାରୁ ଦିନକୁ ଦିନ ଏହା ଅଧିକ ବୃଦ୍ଧି ପାଉଛି । ଫଳରେ ଏହି ରାସ୍ତାରେ ଗତାଗତ କରିବାରେ ସମସ୍ୟା ଦେଖା ଦେଇଛି । ରାସ୍ତାର ଖାଲ ଖମା ପାଇଁ ବାଇକ ଚାଳକ ମାନେ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟ ପାଇଁ ନିମ୍ନ ମାନର କାମ ହୋଇଥିବା ଦେଖିବାକୁ ମିଳିଥାଏ । ଏହି ବ୍ୟସ୍ତ ବହୁଳ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି