ନବ ନିର୍ମାଣ କୃଷକ ସେନାର ଚାରି ଘଣ୍ଟିଆ ବନ୍ଦ ଡାକରା।
ଜୟପୁର, ୨୮/୦୧ ( ଏ. ଭେଙ୍କଟ ରାଓ ) : ଜାନୁଆରୀ ମାସ ଶେଷ ହେବାକୁ ବସିଲାଣି ତଥାପି ମଣ୍ଡିରୁ ଉଠୁନାହିଁ ଧାନ। ବାରମ୍ବାର ଦାବି ପରେ ମଧ୍ୟ ଶୁଣୁନାହିଁ ପ୍ରଶାସନ ଏହାର ପ୍ରତିବାଦରେ ଚାଷୀମାନେ ସାରା ଓଡିଶାରେ ଚାରି ଘଣ୍ଟିଆ ବନ୍ଦ ଡାକରା ଦେଥିବାବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯାହା ଆଂଶିକ ସଫଳ ହୋଇଛି। ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଭାରି ଯାନ ଗୁଡିକୁ ଅଟକାଇ ରାସ୍ତାରୋକ କରିବା ସହ ସରକାରଙ୍କ ବିରୁଦ୍ଧରେ ଉଦ୍ଗାରୀ ଥିଲେ ନିଜ ନିଜ ଆକ୍ରୋଶ। ଜୟପୁର ବ୍ଲକର ଅଧିକାଂଶ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି ଘଟଣା ସ୍ଥଳକୁ ଜିଲ୍ଲାର କୌଣସି ଅଧିକାରୀ ପହଞ୍ଚି ଆଲୋଚନା ମଧ୍ୟ କରି ନଥିଲେ ।ଚାଷୀଟିଏ ବର୍ଷ ତମାମ ଖରା,ବର୍ଷା ଓ ଶୀତରେ କଠିନ ପରିଶ୍ରମ ଦ୍ବାରା କରିଥିବା ଫସଲ ଠିକ ଅମଳ ସମୟରେ ଦୈବୀ ଦୁର୍ବିପାକ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ ସଂପୂର୍ଣ୍ଣ ନିରାଶ କରିଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ମଣ୍ଡି ଖୋଲିବାରେ ପ୍ରାୟ ଦେଢ ମାସର ବିଳମ୍ବ ଯୋଗୁଁ ଚାଷୀମାନେ ନିଜ ଅମଳ ଧାନକୁ କ୍ଷେତରେ ପକାଇ ରଖିଥିବା ଧାନ ଅଦିନିଆ ବର୍ଷା ମାଡରେ ଭିଜି ନଷ୍ଟ ହୋଉଛି । ବର୍ତ୍ତମାନ ମଣ୍ଡି ଉଦଘାଟନ ହୋଇଥିଲେ ମଧ୍ୟ ଧାନ କିଣାଯାଉନାହିଁ । ଯାହାର ପ୍ରତିବାଦରେ ଆମେ ରାଜରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସେନାର ମନୋଜ ପାତ୍ର ଶ୍ରୀନିବାସ ରାଓ ବାସୁ ରାଓ କଂଗ୍ରେସ ଦଳର ନରେନ୍ଦ୍ର ମହାନ୍ତି ଗଙ୍ଗା ସାହୁ ସିପିଆଇର ସତ୍ୟବ୍ରତ ନନ୍ଦ ରାମକୃଷ୍ଣ ଦାସ ଯୁଧିଷ୍ଟିର ରାଉଳ ପ୍ରମୁଖ ଏହି ବନ୍ଦକୁ ସମର୍ଥନ କରିଥିଲେ ଜାତୀୟ କଂଗ୍ରେସ ଦଳ ଏବଂ ସିପିଆଇ ଦଳ ଏହା ସହ ଟାଟା ପାୱାର ମନମାନି ବିରୁଦ୍ଧରେ ଜନସାଧାରଣ ଏକ ହୋଇ ଏହାକୁ ତୀବ୍ର ବିରୋଧ କରିବାକୁ ଅନୁରୋଧ କରିବା ସହ ଟାଟା ପାୱାର କାର୍ଯ୍ୟଧାରାକୁ ନିନ୍ଦା କରାଯାଇଥିଲା।