Hot Posts

6/recent/ticker-posts

ନବ ନିର୍ମାଣ କୃଷକ ସଙ୍ଘ ପକ୍ଷରୁ ବନ୍ଦ ଡାକରା ପ୍ରଭାବ, ଅଖଚକ ବନ୍ଦ, ଜନ ଜୀବନ ପ୍ରଭାବିତ।

କଳାହାଣ୍ଡି, ୨୮/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ଯରେ ଧାନ ମଣ୍ଡି ଓ ଧାନ ବିକ୍ରିର ଅବ୍ଯବସ୍ଥା ଯୋଗୁଁ ଚାଷୀ ଙ୍କ ସମସ୍ୟା ଦ୍ଵି ଗୁଣିତ ଅଭିଯୋଗ, ପ୍ରଦୂଷଣ ସାର୍ଟିଫିକେଟ ନାଁ ରେ ସାଧାରଣ ଜନତା ଠାରୁ ହଜାର ହଜାର ଟଙ୍କାର ଜରିମାନା ଓ ଟାଟା ପାୱାର କମ୍ପାନୀ ସ୍ମାର୍ଟ ମିଟର ଲଗେଇବା ନାମରେ ଜୁଲୁମ ଓ ଲୁଟିବା ବିରୁଦ୍ଧରେ ପ୍ରତିବାଦ କରି ନବ ନିର୍ମାଣ କୃଷକ ସଂଗଠନର ରାଜ୍ଯ ବ୍ୟାପି ୮ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଏହି ଡାକରା କୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଭବାନୀପାଟଣା ଠାରେ ନବ ନିର୍ମାଣ କୃଷକ ସଙ୍ଘ ର କର୍ମକର୍ତ୍ତା ମାନେ ସକାଳ ୬ ଘଣ୍ଟା ରୁ ରାସ୍ତା ଅବରୋଧ ସହ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ବନ୍ଦ ଡାକରା ପ୍ରଭାବ ରେ କଳାହାଣ୍ଡି ଜିଲ୍ଲାରେ ଜନ ଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ନବ ନିର୍ମାଣ କୃଷକ ସଙ୍ଘ ର ଆନ୍ଦୋଳନ କୁ କଂଗ୍ରେସ ଦଳ ଓ ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି ସଙ୍ଘଠନ ପକ୍ଷରୁ ସମର୍ଥନ କରାଯାଇଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ