Hot Posts

6/recent/ticker-posts

ନାଲକୋ କର୍ତ୍ତୃପକ୍ଷ ଦ୍ଵାରା ସହିଦ୍ ଲକ୍ଷ୍ମଣ ନାୟକଙ୍କୁ ଅବମାନ।

କୋରାପୁଟ, ୨୬/୦୧ ( ରଜତ ବାଘ ) : ଦାମନଯୋଡିରେ ୭୭ତମ ଦିବସ ସାଧାରଣ ତନ୍ତ୍ର ଦିବସ ପାଳିତ ହେଇଛି। ନାଲକୋ ପକ୍ଷରୁ ଆମ୍ବେଦକର ପ୍ରତି ମୂର୍ତ୍ତି ରେ ଫୁଲ ହାର ପିନ୍ଧାଇ ସମ୍ବିଧାନ ଦିବସ ପାଳନ କରିଛନ୍ତି, ମିଠା ବଣ୍ଟନ ହେଇଛି ଏହା ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ କଥା ।କିନ୍ତୁ ସେହି ସମୟରେ ଆଦିବାସୀ ନେତା ସହିଦ୍ ଲକ୍ଷ୍ମଣ ନାୟକଙ୍କୁ ଭୁଲି ଗଲେ , ଏହି ଅବସରରେ ସହିଦକୁ ଫୁଲ ହାର ପିନ୍ଧାଇ କଥା ପ୍ରତିମୂର୍ତ୍ତି ସ୍ଥଳ ପରିଷ୍କାର ପରିଚ୍ଛନ୍ନ କରାଇବା କଥା କିନ୍ତୁ ନାଲକୋ ପ୍ରଶାସନ ଭୁଲି ଯାଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ ମାଥାଲପୁଟ ମୁଖ୍ୟ ଛକରେ ଆଦିବାସୀ ନେତା ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତମୂର୍ତ୍ତି ନାଲକୋ କର୍ତ୍ତୃପକ୍ଷ ଦ୍ଵାରା ସ୍ଥାପନ କରାଯାଇଛି। ନାଲକୋ ଏହାର ରକ୍ଷଣା ବେକ୍ଷଣ ନ କରିବାରୁ ଅଳିଆ ଆବର୍ଜ୍ଜନାରେ ପରିପୂର୍ଣ୍ଣ।ସନ୍ଧ୍ୟା ହେଉ ହେଉ ଉକ୍ତ ପରିସର ମଦୁଆଙ୍କ ଆଡ୍ଡାରେ ହେଉଛି ପରିପୂର୍ଣ୍ଣ, ଆଜି ଭାରତ ଦେଶର ବଡ଼ ପର୍ବ ପାଳନ କରାଯାଉଛି ହେଲେ ଭୁଲି ଗଲେ ଦେଶର ସହିଦକୁ । ଦିଆ ଗଲା ନାହିଁ ସମ୍ମାନ, ଫୁଲ ହାର ଖଣ୍ଡେ ପାଇ ପାରିଲେ ନାହିଁ ସହିଦ୍ । ସହିଦଙ୍କ ରକ୍ଷଣ ବେକ୍ଷଣ କରିବା ପାଇଁ ଲକ୍ଷାଧିକ ଟଙ୍କା ନାଲକୋ ମଞ୍ଜୁର କରୁଛି। କିନ୍ତୁ ହେଇ ପାରୁନି ସୁରକ୍ଷା , ହେଲେ ତାଙ୍କ ଯାଉଛି କୁଆଡେ ,ବାଟ ମାରଣା ହେଉ ନାହିଁତ ? ଏହି ପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ବଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯଦି ନାଲକୋ ପ୍ରଶାସନର ମାନବୃତି ନାହିଁ, ସମ୍ମାନ ନାହିଁ ତାହାହେଲେ ସୁରକ୍ଷା ଦାୟିତ୍ବ ଆଂବେଦକର ସଂଗଠନକୁ ଦିଅନ୍ତୁ ସେମାନେ ତାର ଯତ୍ନ ନେବେ । ନାଲକୋ ପ୍ରଶାସନର ଏହିପରି ବିକୃତ ମାନସିକ ଓ ମନୋଭାବ ବ୍ୟକ୍ତିଗଣ କୁ ସ୍ଥାନୀୟ ଆଦବାସୀ ନେତା , ପ୍ରତିନିଧି,ଓ ଅଞ୍ଚଳର ବୁଦ୍ଧିଜୀବୀ। ଘର ନିନ୍ଦା କରୁ ଅଛନ୍ତି। ସହିଦ୍ ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାର ଗର୍ବ ଏବଂ ଗୌରବ,ଯଦି ଆଗାମୀ ଦିନରେ ତାଙ୍କ ପ୍ରତି ଏହିପରୀ କାର୍ଯ୍ୟ ପୁନାରା ବୃତ୍ତି ହୁଏ ତାହାହେଲେ ସ୍ଥାନୀୟ ଲୋକେ ଛାଡ଼ିବେ ନାହିଁ ବଲି ଚେତାବାଣୀ ଦେଇଛନ୍ତି। 

କୋରାପୁଟରୁ ରଜତ ବାଘଙ୍କ ରିପୋର୍ଟ ନବଦୂତ ନ୍ୟୂଜ ଓଡ଼ିଶା