Hot Posts

6/recent/ticker-posts

ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହର ସହ ପାଳିତ

ରାୟଗଡା, ୨୭/୦୧ ( ଭି. ଗୌରୀ ଶଙ୍କର ରାଓ ) : ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ରାୟଗଡା ସହରସ୍ଥିତ ଜିସିଡି ହାଇସ୍କୁଲ ପଡିଆରେ ଭବ୍ୟ ଓ ଉତ୍ସାହମୟ ପରିବେ ଶରେ ପାଳିତ ହୋଇଯାଇଛି। ଏହି ଅବସରରେ ପଡିଆରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସର ଗୁରୁତ୍ୱ ଓ ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ଅବସରରେ ଆକର୍ଷଣୀୟ ପ୍ରଭାତଫେରୀ ଓ ପ୍ରଦର୍ଶନୀ ପରେଡ଼ରେ ଅଂଶଗ୍ରହଣ କରି ଦର୍ଶକଙ୍କ ମନ ଜିତିଥିଲେ। ସମଗ୍ର କାର୍ଯ୍ୟକ୍ରମ ଶାନ୍ତି, ଶୃଙ୍ଖଳା ଓ ଦେଶପ୍ରେମର ସନ୍ଦେଶ ଦେଇ ସଫଳତାର ସହ ସମ୍ପନ୍ନ ହୋଇଥିଲା।