ବିକ୍ରମ ଦେବ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟ ରେ ଦ୍ୱିତୀୟତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ।
ଜୟପୁର, ୧୦।୧ ( ଏ. ଭେଙ୍କଟ ରାଓ ) :କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟ ରେ ଦ୍ୱିତୀୟତମ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠାନ ହୋଇଛି। ଏହି କ୍ରୀଡା ମହୋତ୍ସବ ୨ ଦିନ ଧରି ଚାଲୁ ରହିଥିଲା। ଏହି କ୍ରୀଡା ମହୋତ୍ସରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଛି। ଏହି କ୍ରୀଡା ପ୍ରତିଯୋଗିତା ରେ ପ୍ରାୟ ୧୬ ଶହ ରୁ ଉର୍ଦ୍ଧ କନିଷ୍ଠ ଓ ବରିଷ୍ଠ ଛାତ୍ର ଓ ଛାତ୍ରୀ ମାନେ ଯୋଗ ଦେଉଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଭିତରେ ରହିଥିବା ପ୍ରତିଭାକୁ ଲୋକ ଲୋଚନ କୁ ଆଣିବା ସହିତ ଛାତ୍ର ଛାତ୍ରୀ ଙ୍କ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ଏହି କ୍ରୀଡାର ମୁଖ୍ୟ ଲକ୍ଷ୍ୟ ରହିଥିଲା।ଏହି କାର୍ଯ୍ୟକ୍ରମ ମାନରେ ମୁଖ୍ୟଅତିଥି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀ ଦେବି ପ୍ରସାଦ ମିଶ୍ର,ବିଶ୍ୱବିଦ୍ୟାଳୟ କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ,ପ୍ରଶାନ୍ତ କୁମାର ପାତ୍ର,ଡ଼ ଲକ୍ଷ୍ମଣ ପାତ୍ର,ସନ୍ତୋଷୀନି ମୁଣ୍ଡା,ବି ପି ସିଙ୍ଗ, ଏବଂ ବିଶ୍ବବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବିଜେତା ମାନେ ଅଧିକାର କରିଥିବା ପ୍ରଥମ ଦ୍ଵିତୀୟ ତୃତୀୟ ରେ ବିଜୟି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଏବଂ ପଦକ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡ଼ିକୁ ଜଜ ଭାବେ ଜୟପୁର ଉପଖଣ୍ଡ କ୍ରୀଡା ପରିଷଦରୁ ଶ୍ରୀକାନ୍ତ ଚୌଧୁରୀ, ରବି ନାୟକ, ଜି ସତ୍ୟନାରାୟଣ, ଶ୍ରିନୁ ସେଠୀ, ମମତା ପରିଜା ପ୍ରମୁଖ ପରିଚାଳନା କରିଥିଲେ।