ସମବାୟ ଅର୍ବାନ ବ୍ୟାଙ୍କର ୮୨ ତମ ସଧାରଣ ପରିଷଦ ବୈଠକ।
ଜୟପୁର, ୧୦|୧ ( ଏ. ଭେଙ୍କଟ ରାଓ ) : ଜୟପୁର ଅର୍ବାନ ସମବାୟ ବ୍ୟାଙ୍କର ୮୨ ତମ ସଧାରଣ ପରିଷଦ ବୈଠକ ବ୍ୟାଙ୍କ ପରିସରରେ ଥିବା ସଭାଗୃହରେ ବ୍ୟାଙ୍କର ସଭାପତି ସୁକାନ୍ତ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ସର୍ବସନ୍ମତି କ୍ରମେ ଦିର୍ଘଦିନର ବକେୟା ଋଣ ଗୁଡ଼ିକ ଏକ କାଳୀନ ବନ୍ଦବସ୍ତ ମଧ୍ୟମରେ ଋଣ ସମାପ୍ତ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଏହା ସହ ବ୍ୟାଙ୍କର ଚିହ୍ନରେ ବ୍ୟାଙ୍କର ନାମ ଲେଖା ଇଂରାଜୀ ରେ ରୋହିଥିବା ହେତୁ ଏହାକୁ ଓଡ଼ିଆରେ ଲେଖିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ବ୍ୟାଙ୍କ କର୍ମାରୀମାନଙ୍କୁ ମୂଳ ଦରମାର ୩୫ ପ୍ରତିଶତ ବୃଦ୍ଧି କରିବା ନିମନ୍ତେ ଏବଂ ବ୍ୟାଙ୍କର ଏକ ଶାଖା ସହରରେ ଖଲିବା ନିମନ୍ତେ ପ୍ରସ୍ତାବ ଦିଯାଇଥିଲା। ଏହି ସଭାରେ ବ୍ୟାଙ୍କର ବିଗତ ଦିନର ପ୍ରସ୍ତାବ ଗୁଡ଼ିକୁ ବିଚାର ସହ ସଭାପତଙ୍କ ଅଭିଭାଷଣ, ଆୟ ବ୍ୟୟ ର ସମୀକ୍ଷା, ଆଗାମୀ କାର୍ଯ୍ୟପନ୍ଥା, ଆଗାମୀ ବୋଜେଟ ସମ୍ବନ୍ଧେ ଆଲଚୋନା ହୋଇଥିଲା। ଏହି ସଭାରେ ସମ୍ପାଦିକା ଶ୍ରୀମତୀ ବିଜୟା, ନିର୍ଦ୍ଦେଶକ ଦେବେନ୍ଦ୍ର ବାହିନୀପତି, ସୁବାଷ ସାହୁ, ଲକ୍ଷ୍ମନ ରାଓ, ଦେବ ଚୌଧୁରୀ, ଲକ୍ଷ୍ମଣ ରାଓ,ଆର ପଦ୍ମା, ସୁନିଲ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନ୍ୟ ନିର୍ଦ୍ଦେଶକ ଏବଂ ସଭ୍ୟ ଅମରଲାଲ ଆହୁଜା ଲଳିତ ଅଗ୍ରୱାଲ ବୃନ୍ଦାବନ ମହାନ୍ତି ଲକ୍ଷ୍ମୀ ନାରାୟଣ ପାତ୍ର ସୁଶାନ୍ତ ପଟ୍ଟନାୟକ ଅନି ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।