Hot Posts

6/recent/ticker-posts

ରୋଟାରୀ କ୍ଲବ ପ୍ରାଇଡର ଚିକିତ୍ସାଳୟରେ ସେବା

ଜୟପୁର, ୨୬/୦୧ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ଏକ ହୋଟେଲ ପ୍ରାଙ୍ଗଣରେ ୭୭ ତମ ଗଣତନ୍ତ୍ର ଦିବସରେ ଜାତୀୟ ପତକା ରୋଟାରି କ୍ଲବ ପ୍ରାଇଡ ତରଫରୁ ଉତ୍ତୋଳନ କରାଯାଇଥିଲା l ରୋଟାରୀ କ୍ଲବ ପ୍ରାଇଡ ସଭାପତି ସୁରେଶ ପାଣିଗ୍ରାହୀ ପତକା ଉତ୍ତୋଳନ କରିଥିଲେ ପରେ ଏକ ସଂଗୀତ ନୃତ୍ୟର ପ୍ରଦର୍ଶନ କରାଯାଇଥିଲା ରୋଟାରି କ୍ଲବର ରୋଟାରୀଆନ ପ୍ରଦୀପ କୁମାର ସାହୁଙ୍କ ଦେଶାତ୍ମକବୋଧ ସଂଗୀତ ଗାନ ଏବଂ ଡ. ନମ୍ରତା ମାଝୀ ଓ ବର୍ଷା ବର୍ଣ୍ଣଳୀ ସଂଗୀତ ନାଟ୍ୟ ପରିବେଷଣ କରିଥିଲେ ପରେ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ପ୍ରସୂତି ମହିଳା ଓ ଶିଶୁ ମାନଙ୍କୁ ଡାକ୍ତରଙ୍କ ଉପସ୍ଥିତିରେ ରୋଟାରୀ କ୍ଲବର ସଭାପତି ଓ ସଭ୍ୟସଭ୍ୟାଙ୍କ ଦ୍ୱାରା ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସଭାପତି ସୁରେଶ କୁମାର ପାଣିଗ୍ରାହୀ, ସମ୍ପାଦକ ରବି ନନ୍ଦ,ପ୍ରଦୀପ କୁମାର ସାହୁ, ଜିଭି ରାଓ, ସି ସାବିତ୍ରୀ, ରାମହରି ପଣ୍ଡା,କାଲୁରାମ ପଣ୍ଡା, ରାମନାଥ ସାହୁ, ପ୍ରଭାକର ଚୌଧୁରୀ, ମୁରଲୀଧର ସାବତ,ରତ୍ନାକର ଚୌଧୁରୀ, ସ୍ନେହିତ ମିଶ୍ର, ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଜ୍ୟୋତି ପ୍ରକାଶ ଭୋଇ ଆଦି ପ୍ରମୁଖ ଭୂମିକା ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିଥିଲେ।