“ଶ୍ରମ ଓ ନିଷ୍ଠାକୁ ସମ୍ମାନ: ସ୍ୱର୍ଗତ ବୈଷ୍ଣବ ଚରଣ ଜେନାଙ୍କ ଶ୍ରାଦ୍ଧ ଉତ୍ସବରେ ଖବରକାଗଜ ବିତରକ କମ୍ଭୁନାଥ ପରମାଣିକ ସମ୍ବର୍ଦ୍ଧିତ”
ବରୀ, ୦୮/୦୧ ( ରଂଜିତ ମହାନ୍ତି ) : ଶିକ୍ଷାବିତ ସ୍ୱର୍ଗତ ବୈଷ୍ଣବ ଚରଣ ଜେନା ଙ୍କ ଶ୍ରାଦ୍ଧ ଉତ୍ସବ ଅବସର ରେ ମୋର ସାଙ୍ଗ ଖବରକାଗଜ ବିତରକ କମ୍ଭୁନାଥ ପରମାଣିକ ସମ୍ବର୍ଦ୍ଧିତ ହେlଇଛନ୍ତି l କମ୍ଭୁ ଦୀର୍ଘ ୨୭ ବର୍ଷ ଧରି ଖବର କାଗଜ ସହିତ ଜଡିତ ଖରା, ବର୍ଷା, ଶୀତ, କାକର, ଥଣ୍ଡା କୁ ଖାତିର ନକରି ରାତି ୪ ଟା ଉଠି ଖରେସ୍ରୋତା ନଦୀ ପାର ଯାଜପୁର ଟାଉନ ପହଁଚି ଲୋକମାନଙ୍କ ନିକଟରେ ସକାଳୁ ସକାଳୁ ତଜା ଖବର ପହଁଚାଏ l ତାଙ୍କର ଏପରି ନିଷ୍ଠା ପରସେବା ଆମେ ଗର୍ବିତ l