ବେହେରାଗାଁ ବିଲିଭରସ ଇଷ୍ଠନ ଚର୍ଚ୍ଚ ଉଦଘାଟିତ
ଟିକାବାଲି, ୧୨/୦୧ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେହେରାଗାଁ ବିଲିଭରସ ଇଷ୍ଠାନ ଚର୍ଚ୍ଚର ନୂତନ ପ୍ରାର୍ଥନା ଗୃହ ଚର୍ଚ୍ଚ ସଂପାଦକ ରମେଶ ଡିଗାଲଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି I ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଲିଭରସ ଚର୍ଚ୍ଚର ଓଡିଶା ରାଜ୍ୟ ବିକାର ଜେନେରାଲ ଆଚାର୍ଯ୍ୟ ଫାଦର ହିମାଂଶୁ ନାୟକ ଯୋଗ ଦେଇ ଉଦଘାଟନ କରିବା ସହ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟ ମଞ୍ଚାସିନ ଅତିଥି ହେଲେ କନ୍ଧମାଳ ଡାୟୋସିସି ସେକ୍ରେଟାରୀ ଆଚାର୍ଯ୍ୟ ଫାଦର ବିନୋଦ ଡିଗାଲ, ସହଯୋଗ ଫାଦର ସିମିୟାନ ନାୟକ,ଚର୍ଚ୍ଚ ଜିଲ୍ଲା ସଂଯୋଜକ ଆଚାର୍ଯ୍ୟ ଫାଦର ଲେବିୟ ରଇତ ଏବଂ ବିଲିଭରସ ଚର୍ଚ୍ଚର ଅନ୍ୟାନ୍ୟ ଯାଜକ ଓ ପାଳକ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଫାଦର ରଞ୍ଜନ ନାୟକ ଏବଂ ସହ ଯୋଗ କରିଥିଲେ ମଣ୍ଡଳୀର ଅନ୍ୟାନ୍ୟ କର୍ମକର୍ତ୍ତା I ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ଯୋଗଦେଇ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ I ଶେଷରେ ଯୁବକଯୁବତୀ ମାନଙ୍କ ଦ୍ୱାରା ଆକର୍ଷଣିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ