Hot Posts

6/recent/ticker-posts

ସ୍ୱର୍ଗତ ବୈଷ୍ଣବ ଚରଣ ଜେନାଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ବରୀ, ୦୯/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ପଞ୍ଚାୟତର ଆଦର୍ଶ ଶିକ୍ଷକ, ନାଟ୍ୟକାର ଓ ସମାଜସେବୀ ବୈଷ୍ଣବ ଚରଣ ଜେନାଙ୍କ ୧୩ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ଏହି ଅବସରରେ ସମାଜସେବୀ ବିଶ୍ଵନାଥ ତ୍ରିପାଠୀ ଗୀତାପାଠ କରିଥିଲେ ପରେ ଡା ବିଶ୍ବନାଥ ତ୍ରିପାଠୀଙ୍କ ଦ୍ବାରା ମାଗଣା ହୋମିଓପାଥିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଭୁତି ଭୂଷଣ ଖଣ୍ଡେଇ, କାହ୍ନୁ ଚରଣ ନାୟକ, ହର ପ୍ରସାଦ ପଣ୍ଡା ସହଯୋଗ କରିଥିଲେ l ବରୀ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସଙ୍କୁ ପୂର୍ବତନ ସରପଞ୍ଚ ଓ ସାହିତ୍ୟକ ଆନନ୍ଦ ଚନ୍ଦ୍ର ଜେନା, ସମାଜସେବୀ ବିଶ୍ୱନାଥ ତ୍ରିପାଠୀ, ଶିକ୍ଷାବିତ ବିଜୟ କୁମାର ଜେନା, ପିଏଚଓ ପ୍ରଫୁଲ ନାୟକ ପ୍ରମୁଖ ଯୋଗଦେଇ ମାନପତ୍ର, ଉପଢ଼ୈକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ଖବକାଗଜ ବିତରକ କମ୍ବୁନାଥ ପରମାଣିକଙ୍କୁ ସାମ୍ବାଦିକ ରାଜ କୁମାର ମହାନ୍ତି, ଅରୁଣ କୁମାର ବେହେରା ସମ୍ବର୍ଦ୍ଧିତ କରିଥିଲେ l ଉକ୍ତ କାର୍ଯ୍ୟକାର୍ଯ୍ୟକୁ ସାମ୍ବାଦିକ ବିଶ୍ୱଭୂଷଣ ଜେନା ପରିଚାଳନା କରିଥିଲେ l