Hot Posts

6/recent/ticker-posts

ସରକାରୀ ଉଚ୍ଚ ବିଦ୍ୟାଳୟ ଦୁତୀପଡାର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କନ୍ଧମାଳ, ୦୯/୦୧ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଆଜି ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅମ୍ବିକା ପ୍ରଧାନଙ୍କ ସଭାପତିତ୍ୱରେ କରାଯାଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଦୁତୀପଡା ସରପଞ୍ଚ ଶ୍ରୀମତୀ ଜାନକୀ ଜାନୀ ମୁଖ୍ୟ ବକ୍ତା ଖଜୁରୀପଡ଼ା ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ମଲିକ, ଶ୍ରୀ ନାର୍ସୁ କହଁର, ସିଆରସିସି ଅଶୋକ ମଲିକ,ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ କମିଟି ସଭାପତି ଶ୍ରୀ ବସନ୍ତ କୁମାର ପ୍ରଧାନ ଏବଂ ସଦସ୍ୟ ଶ୍ରୀ ଗାନ୍ଧୀ ସାହୁ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଲବ୍ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଶେଷରେ ବିଭିନ୍ନ କ୍ଲବରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟଦର୍ଶିନୀ ସେଠୀ ଓ ଶ୍ରୀମତୀ ସ୍ମିତାରାଣୀ ଖୁଣ୍ଟିଆ କରିଥିବା ବେଳେ ଶ୍ରୀମତୀ ପ୍ରିୟଦର୍ଶିନୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।