୭ମାସର ବେତନ ଦାବିରେ ଠିକା କର୍ମଚାରୀଙ୍କ ଧାରଣା
ବରୀ, ୦୬/୦୧ ( ରଂଜିତ ମହାନ୍ତି ) : ବୌଦ୍ଧପୀଠ ରତ୍ନଗିରିର ରକ୍ଷଣାବେକ୍ଷଣ, ଉନ୍ନତୀବ ତୀକରଣ କାର୍ଯ୍ୟ ଓ ନିରାପତ୍ତା ଦୃଷ୍ଟିରୁ ସିଲିକନ ନାମକ ଏକ ବେସରକାରୀ ସଂସ୍ଥା ବ୍ଲକ୍ ପ୍ରଶାସନ ମାଧ୍ଯମରେ ରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କୁ ସଫେଇ କର୍ମଚାରୀ, ମାଳୀ ଏବଂ ସିକ୍ୟୁରିଟି ଭାବେ ନିଯୁକ୍ତି ଦେଇଥିଲ ଲା। ନିଯୁକ୍ତି ପାଇବା ପରେ ସେମାନେ ନିୟମିତ ଭାବେ ନର୍ମଚାରୀମାନେ କାର୍ଯ୍ୟ କରୁଥିଲେ ମଧ୍ୟ ଦୀର୍ଘ ୭ ମାସ ହେବ ସେମାନଙ୍କ ନିର୍ଦ୍ଧାରିତ ବେତନ ପାଇନାହାନ୍ତି। ମାତ୍ର ଅନ୍ୟ ଏକ ଠିକା ସଂସ୍ଥା ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ନିଯୁକ୍ତି ଦେଇଥିବା ଖବରପାଇ ପୂର୍ବରୁ କାର୍ଯ୍ୟରତ ଥିବା ଠିକା କର୍ମ ରତ୍ନଗିରିର ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଛନ୍ତି। ବିଶେଷକରି କାର୍ଯ୍ୟରତ ରତ ଠିକା କର୍ମଚାରୀଙ୍କୁ ବହିଷ୍କାରର କୌଣସି ସୂଚନାଦେଇ କିମ୍ବା ସେମାନଙ୍କ କୌଣସି ପ୍ରାପ୍ୟ ବେତନ ଧାରଣା ଠିକା କର୍ମଚାରୀମାନେ ଧାରଣା ଦେଇଛନ୍ତି। ରତ୍ନଗିରି ମୁଖ୍ୟ ଫାଟକ ନିକଟରେ ପ୍ରଦାନ ନ କରି ତାଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ସେମାନେ ଗଣମାଧ୍ଯମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଯଦି ସେମାନଙ୍କୁ ବକେୟା ବେତନ ସହ ହ ପୂର୍ଣ୍ଣ ନିଯୁକ୍ତି ଦିଆ ନ ଯାଏ ତେବେ ସେମାନେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ବିଶେଷକରି ପ୍ରତିବର୍ଷ ଭଳି ଚଳିତବର୍ଷ ୧୧ ତାରିଖଠାରୁ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ମହାପ୍ରୟାଣ ତିଥିରେ ବୌଦ୍ଧଧର୍ମୀମାନେ ରତ୍ନଗିରିକୁ ଆସିବାର କାର୍ଯ୍ୟସୂଚୀ ରହିଛି। ଠିକା କର୍ମଚାରୀମାନେ ବକେୟା ଦରମା ସହ ପୂର୍ଣ୍ଣ ନିଯୁକ୍ତି ଦାବିକରି ଧାରଣା ଦେବା ଘଟଣା ପ୍ରଶାସନକୁ ଅଡୁଆରେ ପକାଇଛି। ଏତଦ୍ବ୍ୟତୀତ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ପାଇଁ ଠିକା କର୍ମଚାରୀମାନେ ବରୀ ବିଡିଓଙ୍କୁ ଲିତ ଭାବେ ଅବଗତ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବରୀ ବିଡିଓ ଅସିତ କୁମାର ମହାନ୍ତିଙ୍କୁ ପଚାରିବାରେ ଦାୟିତ୍ବରେ ଥିବା ଜିଲାସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏନେଇ ଆଲୋଚନାକରି ଘଟଣାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।